ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଶାନ୍ତିଲତା ନନ୍ଦ ନାମକ ୭୦ବର୍ଷୀୟା ଧର୍ମପରାୟଣା ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ଚାରି ଦିନ ହେଲା ଉକ୍ତ ମହିଳା ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ ଘରେ ଥିବା ଅବସ୍ଥା ତାଙ୍କୁ ସାପ କାମୁଡିଥିବା ତାଙ୍କ ପୁତ୍ର ସାମ୍ବାଦିକ ମଧୂପରଂଜନ ନନ୍ଦ କହିଛନ୍ତି। ସାପ କାମୁଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ବର୍ଷା ଋତୁ ଚାଲିଥିବାରୁ ଗାଁ ଅଂଚଳରେ ସାପ ଜନବସତିଆଡେ ଆସିଯାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସଚେତନା କରାଯାଉଛି। ତେବେ ରାଜ୍ୟରେ ସାପ କାମୁଡ଼ାରେ ବହୁ ଜୀବନ ଯାଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସଚେତନ କରାଯାଉଛି କି ନିଜ ଘର ଚାରିପାଖକୁ ପରିସ୍କାର ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ