ନର୍ଲା ଥାନାରେ ଦବଙ୍ଗଗିରି ASI ଅରୁଣ କୁମାର ବାତ୍ରିଆ

ଜନତା ଅଭିଯୋଗର ଉତ୍ତର ପଚାରିବାକୁ ଗଲେ ASI ଭୟଭୀତ ଭାଷାରେ ଦେଉଛନ୍ତି ଜବାବ

କଳାହାଣ୍ଡି, ୨୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଦେଶର ଅନ୍ତର୍ନିହିତ କଳହ, ଦେଶରେ ଆନ୍ତରିକ ସୁରକ୍ଷା ଏବଂ ଜନସଧାରଣଙ୍କ ସୁରକ୍ଷା ପାଇଁ ଭାରତ ସରକାର ପୋଲିସ କୁ ନିୟୋଜିତ କରିଛନ୍ତି ।ଲୋକଙ୍କ ଆସ୍ଥାଭାଜନ ହେବାରେ ମଧ୍ୟ ପୋଲିସ ତାର ପ୍ରୟାସ ଜାରିରଖିଛନ୍ତି ।ବର୍ତ୍ତମାନ ସାଧାରଣ ଜନତାଙ୍କ ଧନ ଜୀବନକୁ ସୁରକ୍ଷା ଦେଇ ସମସ୍ତଙ୍କର ପ୍ରିୟପାତ୍ର ହେଉଛନ୍ତି ଓଡିଶା ପୋଲିସ ।ସାଧାରଣ ଜନତା ମଧ୍ୟ ପୋଲିସ ଉପରେ ଦିନକୁ ଦିନ ତାର ଆସ୍ଥା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏବେ ନୂତନ ସରକାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ମାନଂକୁ ନେଇ ବାରମ୍ବାର ବୈଠକ ଚାଲିଛି ।ନିକଟରେ ଖୋଦ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ପୋଲିସ DG ସମ୍ମିଳନୀ ଡାକି ସାଧାରଣ ଲୋକଙ୍କୁ ଅଭିଯୋଗ ପାଇଁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସୁନ୍ଦର ବ୍ୟବହାର ଏବଂ ସହନଶୀଳତା ,ଉତ୍ତମ ଆଚରଣ ଦେଖାଇବା ପାଇଁ ନିର୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ନୂତନ ସରକାରଙ୍କ ଆଭିମୁଖ୍ୟ କୁ ପଥଭ୍ରଷ୍ଟ କରିବା ପାଇଁ କିଛି ପୋଲିସ ଅଧିକାରୀ ନିର୍ଭୟରେ ସାଧରଣ ଲୋକଙ୍କୁ ଅତି ଅଶୋଭନୀୟ ବ୍ୟବହାର କରୁଛନ୍ତି ।ଏପରି ଏକ ଘଟଣା ଘଟାଇଛନ୍ତି ନର୍ଲା ଥାନା ASI ଅରୁଣ କୁମାର ବତ୍ରିଆ । ଗତ 23/03/2025 ରିଖ ଦିନ ଜଣେ କୃଷକ ନେତା , ସମାଜସେବୀ ,ତଥା ଚଳିତ ନିର୍ବାଚନରେ ନର୍ଲା ନିର୍ବାଚନ ମଣ୍ଡଳୀ ରୁ BSP ରୁ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ କରି ମୈଦାନ କୁ ଓଲ୍ହେଇଥିବା ଗିଗିନା ଗ୍ରାମପଞ୍ଚାୟତ ର ଡ଼ମପଦର ଗ୍ରାମର ଦୁର୍ୟୋଧନ କୁମାର ନର୍ଲା ଥାନା ର କାର୍ଯ୍ୟରତ ASI ଅରୁଣ କୁମାର ବାତ୍ରିଆ ଙ୍କ ଠାରୁ ଦୁର୍ବ୍ୟବହାର ର ଶିକାର ହେଇଛନ୍ତି ।ପ୍ରାପ୍ତ ସୂଚନାରୁ ଜଣାଯାଏଯେ ନର୍ଲା ଥାନାରେ କାର୍ଯ୍ୟରତ ଦବଙ୍ଗଗିରି ASI ଅରୁଣ କୁମାର ବାତ୍ରିଆ । ଶ୍ରୀ କୁମାର ନିଜର ଏକ ସମ୍ପର୍କୀୟଙ୍କ ଏକ କେଶ ର ବିଷୟରେ ବୁଝିବା ପାଇଁ ଫୋନ ଯୋଗେ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ASI ଅରୁଣ କୁମାର ବାତ୍ରିଆ ବିଭିନ୍ନ ଧମକ ଚମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ । ବାତ୍ରା ବାବୁ ତାଙ୍କୁ ଘରୁ ଘୋଷାଡ଼ି ଘୋଷାଡ଼ି ଆଣି ଜେଲ କୁ ଠେଲି ଦେବୀ ବୋଲି ତାଙ୍କୁ ଧମକ ଦେଇଥିଲେ । ଯଦି ଶୀଘ୍ର ଥାନାକୁ ନଆସିବୁ ତାହେଲେ ତତେ ଦେଖି ଦେବୀ ବୋଲି ବାତ୍ରା ବାବୁ ଚରମ ବାଣୀ ଶୁଣେଇ ଦେଇଥିଲେ । ASI ବାତ୍ରିଆ ତାଙ୍କୁ ପୁଣି ତୁ କଣ ମାଜିଷ୍ଟ୍ରେଟ କି ଜେ ତୋ କଥା ର ଉତ୍ତର ଦେବୀ ବୋଲି ଧମକ ଚମକ ଦେଇଥିଲେ । ତୁ ମତେ ଚିନ୍ହିନୁ ତତେ ଆଜି ଜେଲ ରେ ପୂରେଇଦେବି ବୋଲି ତାଙ୍କୁ ଧମକ ଦେଇଥିଲେ ।ବାକି ରହିଲା ବର୍ତ୍ତମାନର ନୂତନ ସରକାର କିଭଳି ଭାବରେ ଏହିପରି ଦୁର୍ବ୍ୟବହାର କାରି ପୋଲିସ ASI କୁ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ କାର୍ଯାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେବା ସହ ଉଚ୍ଚ ସ୍ତରୀୟ ଅଧିକାରୀ କେଉଁପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page