କଳାହାଣ୍ଡି: ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ରୁ ପଲସାପଡା ପର୍ଯ୍ୟନ୍ତ 8କିମି ଶ୍ୟାମ ବାବା ଙ୍କ ନିଶାନ ପଦ ଯାତ୍ରା ଏବଂ ଫାଲଗୁନ ମେଲା ପାଳିତ ହୋଇଯାଇଛି | ରୁପ୍ରା ରୋଡ ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର ) ଘର ଠାରୁ ବାବା ଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସା ପଡା ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା | ପ୍ରକାଶ ଯୋଗ୍ୟ ଯେ ଏହି ଶ୍ୟାମ ମନ୍ଦିର 1974 ମସିହାରୁ ସ୍ଥାପିତ ହୋଇଅଛି ଓଡିଶାରେ ଏହା ଦ୍ୱିତୀୟ ପୁରୁଣା ବାବା ଙ୍କ ମନ୍ଦିର ସୂଚନା ମିଳିଛି | ଏହି ପଦ ଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ରୁ ପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ, ବ୍ରଜରାଜନଗର, ରାଇପୁର ଛତିଶଗଡରୁ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ | ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟ ଗାନ କରି ମନ୍ଦିରକୁ ଅଣା ଯାଇଥିଲା | ରୁ ପ୍ରା ରୋଡ ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମ ଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ,ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ, ଏବଂ ଶ୍ୟାମ ପରିବାର ର ଭକ୍ତ ମାନେ ସହଯୋଗ କରି ଥିଲେ |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ