ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଳାହାଣ୍ଡି, ୧୮|୨: କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଧିର ସାଇକେଲ ଚାଳନା , ଆଳୁଚାମଚ ଦୌଡ, ଗୋଳାଫିଙ୍ଗା, ଦଉଡି ଡିଆଁ, ଚଣା ଗୋଟା ଆଦି ଆଉଟ ଡୋର ଇଭେଣ୍ଟ ସହ ବିଭିନ୍ନ ଇନଡୋର ଇଭେଣ୍ଟ ର ପ୍ରତିଯୋଗିତା ହୋଇଥିଲା। ଅତିଥି ଭାବେ ପୋଟେସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ଯୋଗଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ମିଶ୍ର ,ସହକାରୀ ଶିକ୍ଷକ ଚନ୍ଦନ ମାର୍ଥା, ସହକାରୀ ଶିକ୍ଷୟତ୍ରୀ ସୁଲୋଚନା ସୁନାନୀ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଅଭିଳାଷ ପ୍ରଧାନୀ ଓ ଅନ୍ୟ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page