ପିକକ୍ ଓ ରୋଟାରୀ କ୍ଳବ ଭୁବନେଶ୍ବର ୟୁନିକ ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଆୟୋଜିତ

ବାଲିଅନ୍ତା: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଳବ ଭୁବନେଶ୍ଵର ୟୁନିକର ମିଳିତ ଉଦ୍ୟମରେ ବାଲିଅନ୍ତା ବ୍ଳକ ସତ୍ୟଭାମପୁର ପଞ୍ଚାୟତର ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟ, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତର ପଞ୍ଚବଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନନ୍ତପୁର ଗ୍ରାମର ଲାଲ୍ ବାହାଦୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆମ୍ବ, କଦଳୀ, ପିଜୁଳି, ପଣସ, ସପେଟା ଓ ଜାମୁ ଆଦି ୧୨୪ ଟି ଫଳ ଗଛ ରୋପଣ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମ ରେ ବାଲିଅନ୍ତା ବ୍ଲକର ଜଗନ୍ନାଥପୁର ପଞ୍ଚବଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନ୍ଦୁ ସ୍ମିତା ଦାଶ, ଲାଲ୍ ବାହାଦୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସେଠୀ, ଗୋତଳବିନ୍ଧା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ମହାନ୍ତି, ଗୋତଳଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମାଞ୍ଚଳ ନାୟକ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ରୋଟାରୀ କ୍ଲବ ୟୁନିକର ଅଧକ୍ଷ ରୋଟାରିଆନ ସଙ୍ଘମିତ୍ରା ରଥ, ସମ୍ପାଦକ ରୋଟାରିଆନ ସୁଧୀର କୁମାର ବେହେରା, ରୋଟାରିଆନ ତରଣା ସୟଦ, ରୋଟାରିଆନ ଦେବଦତ୍ତା ଦାସ, ଜଗନ୍ନାଥପୁରର ସରପଞ୍ଚ ବିଶ୍ବଜିତ ଭୋଇ, ସତ୍ୟଭାମାପୁର ପଞ୍ଚାୟତର ସରପଞ୍ଚ ରଶ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ ୟୁନିକର ମନୋଜ ମହାନ୍ତି ଓ ମାନସ ଦିଗଲ ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ସହାୟତା କରିଥିଲେ । ପିକକ୍ ର ଉପମା ମହାନ୍ତି ଏହି କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page