ପ୍ରଥମ ରଥିଜମା କପ ଉଦଘାଟନ

ବାଲିଅନ୍ତା , ସରୋଜ ମୋମୋରିଆଲ ଟ୍ରଷ୍ଟ ତରଫରୁ ପ୍ରଥମ ରଥିଜମା କପ ଆରମ୍ଭ ହୋଇଯାଇଛି । ଉଦଘାଟନ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ନବକିଶୋର ମଲିକ ଯୋଗ ଦେଇ ଫିତା କାଟି ଖେଳର ଶୁଭ ଆରମ୍ଭ ରେ ବ୍ୟାଟିଂ କରିଥିଲେ।ଏହି ଅବସରରେ ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ବଙ୍କିମ ଚନ୍ଦ୍ର ପଟ୍ଟନାୟକ, ନିର୍ମାଣ ଏଜୁକେଶନ୍ ଟ୍ରଷ୍ଟ ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାନ୍ତି, ଓ ,ସି ,ଏ ର ସଦସ୍ୟ ନିହାରକାନ୍ତ ପଟ୍ଟନାୟକ ବାଲିଅନ୍ତା ବ୍ଳକ୍ ଅଧକ୍ଷା ବାସନ୍ତୀ ଖଟୁଆ, ୧୭ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା କୁନୁମୁନ ଲେଙ୍କା,ସ୍ଥାନୀୟ ସମିତି ସଭ୍ୟ ଗଙ୍ଗାଧର ମାହାରୀ, ବାଲିଅନ୍ତା ବ୍ଲକ୍ ସଭାପତି ପ୍ରଦୀପ୍ତ କୁମାର ଜେନାମଣି, ଓ ଛତ୍ର ସଭାପତି ବିଜୟ କୁମାର ମୁଦୁଲି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ଥିଲେ।ପରେ ପ୍ରଥମ ମ୍ୟାଚ୍ ଟି ଏୟାରପୋର୍ଟ ଆଶେଷ ସହିତ ପାୱାର ଏଲେଭେନ୍ ମଧ୍ୟରେ ଖେଳ ଯାଇଥିଲା।ପାୱାର ଏଲେଭେନ୍ ନିର୍ଦ୍ଧାରିତ ୧୦ ଓଭର ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରି ୭ ୱିକେଟ୍ ହରାଇଥିଲା।ଏହାର ଜବାବ୍ ରେ ଏୟାରପୋର୍ଟ ଆଶେଷ ୩ଟି ୱିକେଟ୍ ହରାଇ ୧୬୩ ରନ୍ କରି ୭ ୱିକେଟ୍ ରେ ଦଳ ବିଜୟ ହାସଲ କରିଥିଲା। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଅନିଲ କୁମାର ସେନାପତି ବିବେଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଯେ, ଏମ, ଡି ବନାମ ଆରୁଶ ଏଲେଭେନ, ଏବଂ ଏୟାରପୋର୍ଟ ଆଶେଷ ବନାମ ଯେ, ଏମ, ଡି ଟିମ୍ ଏହି
ଦୁଇଟି ମ୍ୟାଚ୍ ଖେଳାଯାଇ ଥିଲା। ଦିତୀୟ ଲିଗ୍ ମ୍ୟାଚ୍ ରେ ଯେ, ଏମ ଡି, ଟିମ୍ ଏକ ୱିକେଟ୍ ରେ ମ୍ୟାଚ୍ ଟିକୁ ଜିତିଥିଲା। ଶେଷ ରେ ପ୍ରଥମ କୁୱାଟର ରେ ଏୟାରପୋର୍ଟ ଆଶେଷ ୬ ୱିକେଟ୍ ରେ ମ୍ୟାଚ୍ ଜିତି ସେମିଫାଇନାଲ ରେ ପ୍ରବେଶ କରିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page