ପ୍ରଭୂ ବୁଢ଼ାରଜା ଦର୍ଶନରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର

ମୋଟେର କୋକସରା ଓ ଆମପାଣି ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

କୋକସରା: (ଚକ୍ରଧର ବେଶ୍ରା): କଳାହାଣ୍ଡି ଜିଲ୍ଲା ନୂତନ ବିଜେପି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଯୁଗଳ କିଶୋର ପୋଡ଼ ଶନିବାର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ ପାଇଁ ପ୍ରଥମେ ଆମପାଣି ଆସିଥିବା ବେଳେ ତାଙ୍କ ସହିତ ଆମ ଲୋକ ପ୍ରିୟ ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏବଂ ମୁକେଶ ଅଗ୍ରୱାଲ, ଜୟ ଶଙ୍କର ନାଏକ, ଜଗବନ୍ଧୁ ମିଶ୍ର,ହିମାଂଶୁ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ କୋକସରା ବ୍ଲକ ମୋଟେର ମଣ୍ଡଳ ଠାରେ ମଣ୍ଡଳ ସଭାପତି ଧର୍ମ ବ୍ରତ ପଣ୍ଡା ଙ୍କ ତତ୍ବାବଧାନରେ ଜିଲ୍ଲା ବିଜେପି ନୁତନ ସଭାପତି ଯୁଗଳ କିଶୋର ପୋଡ଼ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିରେ କୁନ୍ତୀ ପାଳ, ପୁରୁଷୋତ୍ତମ ରାଜପୁତ ସୁଜିତ୍ ସିଂ ରାଜପୁତ, ରାଧେଶ୍ୟାମ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ପରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗଙ୍କ ତତ୍ବାବଧାନରେ କୋକସରା ଠାରେ ମଧ୍ୟ ଜିଲ୍ଲା ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିରେ ତ୍ରିନାଥ ଶବର, ଦୁର୍ଗା ପ୍ରସାଦ ପ୍ରଧାନି, ପଞ୍ଚାନନ ବେଶ୍ରା, ଗଣେଶ ନନ୍ଦ,
ନରେନ୍ଦ୍ର ପ୍ରଧାନି, ଶୁଶିଲ ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲ୍ଲା ସଭାପତି ଏବଂ ବିଧାୟକ ଆମପାଣି ପହଞ୍ଚି ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କୁ ଦର୍ଶନ କରି
ଆଶିର୍ବାଦ କାମନା କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ବରେ ସ୍ୱ।ଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ସଂଗଠନ ମଜବୁତ ଓ ସୁଦୃଢ଼ କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଜିଲ୍ଲା ସଭାପତି ଏବଂ ବିଧାୟକ ନିଜ ନିଜ ମତ ବ୍ୟକ୍ତ କରିଥିଲେ।
ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ଆମପାଣି ମଣ୍ଡଳ ର ସନ୍ତୋଷ ମାଝୀ, ଭଜମନ ନାଏକ, ଗରୁଡ ଧ୍ୱଜ ମାଝୀ, ନକୁଳ ନାଏକ, ମକରନ୍ଦ ବାଗ, ସନାତନ ସୁନାନୀ,
ଚୈତନ୍ୟ ମେହେର, ଦ୍ରୋଣ ଗୋପାଳ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଶୁଶିଲ ସତନାମୀ, ଅରଖିତ ଭଞ, ପାରେଶ୍ଵର ପୁଝାରୀ, ଉଦ୍ଧବ ଚଲାନ, ଯୁଗଳ କିଶୋର, ଦେବି ଶିଷ ମେହେର, ରାଠୋର, ଖଗେଶ୍ବର ବାଣୁଆ, କୃଷ୍ଣ ଚନ୍ଦ୍ର ନାଏକ, ଭୁବନେଶ୍ଵର ନାଏକ, ତୁଲାରାମ ନାଏକ, ଜିତୁ ପଣ୍ଡା, ଧରିତ୍ରୀ ବାଗ, ପ୍ରାଞଳୀ ପ୍ରଧାନ, ଗୋପିଚନ ନାଏକ, ତ୍ରିଲୋକ୍ୟ ବେଶ୍ରା ଙ୍କ ସମେତ ଅନେକ ଦଳିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ଉକ୍ତ ସମ୍ବର୍ଦ୍ଧନା ସଭାକୁ ଚକ୍ରଧର ବେଶ୍ରା ପରିଚାଳନା କରିଥିବା ବେଳେ ଅର୍ଜୁନ ଭାଟି ଧନ୍ୟବାଦ ପ୍ରଦାନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page