ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ବାଲିଅନ୍ତା ପ୍ରଶାସନ ଏକାଦଶ ଚମ୍ପିୟାନ

ବାଲିଅନ୍ତା, ୨୫|୪: ବାଳକାଟି କଲେଜ ପଡିଆରେ ବାଲିଅନ୍ତା ପ୍ରଶାସନ ଏକାଦଶ ଏବଂ ବାଲିଅନ୍ତା ମେଡ଼ିଆ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହାକୁ ତହସିଲଦାର ବିମଳ ଚନ୍ଦ୍ର ଲେଙ୍କା ଉଦଘାଟନ କରିଥିଲେ l ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଜାମ୍ମୁକାଶ୍ମୀର ପହଲଗାଁଓରେ ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୨ ଦଳର ଖେଳାଳୀ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରଶାସନ ଏକାଦଶ ମେଡ଼ିଆ

ଏକାଦଶଙ୍କୁ ହରାଇ ଚମ୍ପିୟାନ ହୋଇଛି l ୩ ଟି ମ୍ୟାଚ ବିଶିଷ୍ଟ ଏହି ମ୍ୟାଚରେ ୨ ଟି ମ୍ୟାଚ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ ପ୍ରଶାସନ ଏକାଦଶ l ଏଥିରେ ବାଲିଅନ୍ତା ତହସିଲର କର୍ମକର୍ତ୍ତା ଖେଳିଥିଲେ l ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୮୧ ରନ କରିଥିଲା l ଜବାବରେ ମେଡ଼ିଆ ଏକାଦଶୀ ମାତ୍ର ୭୪ ରନ କରିଥିଲା l ଏହି ମ୍ୟାଚକୁ ପ୍ରଶାସନ ଏକାଦଶ ଜିତି ନେଇଥିଲା l ସେହିପରି ଦ୍ଵିତୀୟ ମ୍ୟାଚରେ ମେଡ଼ିଆ ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪୯ ରନ କରିଥିଲା l ଏହାର ଜବାବରେ ୪ ଓଭରରେ ଏହି ମ୍ୟାଚ ଜିତି ଚମ୍ପିୟାନ ହୋଇଥିଲା l ଏଥିରେ ଅତିଥିଭାବେ ବାଲିଅନ୍ତା ତହସିଲଦାର ଶ୍ରୀ ଲେଙ୍କା, ବରିଷ୍ଠ ସାମ୍ବାଦିକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ କିଶୋର ଚନ୍ଦ୍ର ନାୟକ, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ, ପ୍ରମୁଖ ଯୋଗଦେଇ ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page