ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଦଳ ଚମ୍ପିୟାନ
କୋକସରା,୧୮।୨(ଚକ୍ରଧର ବେଶ୍ରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ବାଆଦୀ ଠାକୁର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖୋଲ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ବଡପୁଝାରୀଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଜବାବରେ ବାଞ୍ଜିବାହାଲ ଟିମ୍ ପଡିଆକୁ ଓହ୍ଲାଇ ୧୨ ଓଭରରେ ୫ ଉଇକେଟ ବିନିମୟରେ ୧୦୯ ରନ୍ ସଂଗ୍ରହ କରିଥିଲା। ତେବେ ୫୩ ରନ୍ ରେ ବଡପୁଝାରୀଗୁଡା ଦଳ ବିଜେତା ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଆମ୍ପିଆର

ଭାବରେ ଅଜିତ ମଙ୍ଗରାଜ ଓ ତରୁଣ ନାଏକ ଖେଲ ପରିଚାଳନା କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ବଡ଼ପୋଡ଼ାଗୁଡ଼ା ଗ୍ରାମ। ପଞ୍ଚାୟତ ସରପଞ୍ଚ ଜମୁନା ନାଏକ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ପୂର୍ବତନ ନାଏବ ସରପଞ୍ଚ ଧନୁ ଦୁର୍ଗା, ଯୁଗଳ କିଶୋର ନାଏକ, ନିଲାମ୍ବର ଦାସ, ନକୁଳ ନାଏକ, ବ୍ଳକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା, ପ୍ରେମଲାଲ ସରାବୁ, ସପୁରସିଂ ନାଗ, ମକରନ୍ଦ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ବାରା ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ ଅଫ୍ ଦି ସିରିଜ ବଡପୁଝାରୀଗୁଡାର ଅପୁ ସୁନା ବିବେଚିତ ହୋଇଥିଲେ। ସ୍କୋର ବୋର୍ଡରେ ସୁରେନ୍ଦ୍ର ସୁନାନୀ ଦାୟିତ୍ୱ ନିର୍ବାହ କରିଥିବାବେଳେ ମୁନ୍ନା ଧଙ୍ଗଡାମାଝୀ ଓ ଲିଙ୍ଗରାଜ ରାଠୋଡ ଖୋଲର ଧାରାବିବରଣୀ ପ୍ରଦାନ କରିଥିଲେ। ଭଜମନ ନାଏକଙ୍କ ତତ୍ବାବଧାନରେ ବାଆଦୀ ଠାକୁର କ୍ରିକେଟ କ୍ଳବର ସଭାପତି କ୍ଷୀରୋଦ ନାଏକ, ଉପସଭାପତି ଆଦିତ୍ୟ ବନ୍ଦିଛୋଡ, କୋଷାଧ୍ୟକ୍ଷ ମନବୋଧ ନାଏକ, ଧର୍ମାନନ୍ଦ ନାଏକ ଜଗଦୀଶ ନାଏକ, ଲାଲସିଂ ବାଗ, ଯୋଗିନ୍ଦ୍ର ନାଏକ, ନରେଶ ବିଶି, ନଳିନୀ ବିଶି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।