ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା

ବାଲିଅନ୍ତା: ଏକାମ୍ର ନିର୍ବାଚନମଣ୍ଡଳୀ ଅଧୂନ ଵାସୁଆଘାଇ ପଞ୍ଚାୟତ ବାଙ୍କୁଆଳ ଗ୍ରାମରେ ୩୧ ତମ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ବାଙ୍କୁଆଳ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି। ସୁନ୍ଦର ସାଜସଜା ସାଙ୍ଗକୁ ଆଖୁ ଝଲସିବା ଭଳି ତୋରଣର ବଳୟ ଭିତରେ ପୂଜା ପାଉଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ। ଏହି ଉତ୍ସବ ଗତକାଲିଠାରୁ ଶ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ଵନୀରେ ମା’ଙ୍କ ପୂଜା ରୀତିନୀତି ବିଧ ଅନୁସାରେ ପାଳନ କରା‌ଯିବ l ଏଥିସହ ଏହି ଦିନ ମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଓଡିଶା ସଂସ୍କୃତି ତଥା ଲୋକକଳାର ଅବିଛେଦ୍ୟ ଅଙ୍ଗ ପାଲା, ଗ୍ରାମର କୁନିକୁନୀ ଓ କୁମାରୀ ମାନଙ୍କ ଦ୍ଵାରା ଡ୍ୟାନ୍ସଡ୍ୟାନ୍ସ ଏବଂ ମେଲୋଡି କାର୍ଯ୍ୟକ୍ରମ, ରାମଲୀଳା ଓ ଘୋଡାନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେଷରେ ୧୨ ତାରିଖରେ ମା’ଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହେବ l ଏହାକୁ ଗ୍ରାମର ସମସ୍ତ ଜନସାଧାରଣ, ଯୁବଗୋଷ୍ଠୀ ପରିଚାଳନା କରୁଥିବା ବେଳେ ଏକ ଭାଇଚାରାର ପରମ୍ପରା ବଜାୟ ରଖୁଛନ୍ତି । ସେହିପରି ଅନୁରୂପ ଭାବେ ବାଳକାଟି ଦୋପଟିସାହି ଏବଂ ହୀରାପୁର ଗ୍ରାମରେ ମଧ୍ୟ ମା’ଗଜଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ ହୋଇଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page