ବାଙ୍କୁଆଳ ପ୍ରିମିୟର ଲିଗ୍

ବାଲିଅନ୍ତା,୨୪/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍ ଆଜି ଦ୍ୱିତୀୟ ସେମି ଫାଇନାଲ ରେ ଇଗଲ ଫାଇଟର, ମେଣ୍ଢାଶାଳ ଓ ଯାଆଁଳା କ୍ରିକେଟ୍ କ୍ଲବ ମଧ୍ଯରେ ହୋଇଥିଲା ପ୍ରଥମେ ଟଚ୍ ଜିତି ଯାଆଁଳା ବ୍ୟାଟିଂ ର ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ରେ ୧୯ ଓଭର ୨ଟି ବଲରେ ସମସ୍ତ ୱିକେଟ୍ ହରାଇ ୩୨୭ ରନ କରିଥିଲା। ଦଳ ତରଫରୁ ବୀର ଅଭିମନ୍ୟୁ ଦମଦାର ପ୍ରଦର୍ଶନ ୨୭ଟି ବଲରେ ୧୧୭ ରନ ବିସ୍ଫୋରକ ମାଡ଼। ଏହାର ଜବାବ ରେ ଇଗଲ ଫାଇଟର ମେଣ୍ଢାଶାଳ ତାର ସମସ୍ତ ୱିକେଟ୍ ହରାଇ ୧୭୪ ରନ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ରେ ବୀର ଅଭିମନ୍ୟୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫିର ହାକ୍ ଦାର ହୋଇଥିଲେ। ଏହି ଟ୍ରଫିକୁ ଉପସ୍ଥିତ ଥିବା ଅତିଥି ଗ୍ରାମ୍ୟ କମିଟିର ଆଇନ ପରାମର୍ଶ ଦାତା ଭାଗବତ ମୁଖୀ ବୀର ଅଭିମନ୍ୟୁ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା ୨୬ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜୋଗଙ୍କ ଠାରୁ ସୂଚନା ମିଳିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page