ବାଙ୍କୁଆଳ ପ୍ରିମିୟର ଲିଗ୍ ଆରମ୍ଭ

ବାଲିଅନ୍ତା,୨୩/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍) ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ ୩ଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି। ଉଦ୍‌ଘାଟନ ଉତ୍ସବରେ ବାଙ୍କୁ ଆଳ ଗ୍ରାମ୍ୟ କମିଟି ସଭାପତି କବିରାଜ ସ୍ବାଇଁ, କ୍ଷୀରୋଦ କୁମାର ସ୍ବାଇଁ, ପ୍ରଫୁଲ କୁମାର ସ୍ବାଇଁ, ଭାଗବତ ମୁଖୀ ଓ ପବିତ୍ର କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଆଜି ପ୍ରଥମ ସେମି ଫାଇନାଲ ରେ ଏଫ୍ ସି ସି କେଶୁରା ପ୍ରଥମେ ଟଚ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚ ସାଇ ଲିଜେଣ୍ଡ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ୧୧ ଓଭରରେ ୧୩୭ ରନ୍ ରେ ୩ଟି ୱିକେଟ୍ ହରାଇ ୭ ୱିକେଟ୍ ରେ ବିଜୟ ଲାଭ କରିଛି। ତେବେ ବିଜୟୀ ଦଳର ଦିଲୀପ ମହାକୁଡ଼ଙ୍କ ୪୮ବଲରେ ୧୦୮ ରନ୍ ବିସ୍ଫୋରକ ମାଡ଼ମାରି ନଟ ଆଉଟ୍ ଥିଲେ। ଶେଷରେ ସେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ।ଏହିନ ଅଫ୍ ଦି ମ୍ୟାଚ ଟ୍ରଫି ବିତରଣ କରିଥିଲେ ସମାଜ ସେବୀ ବିଜୟ କୁମାର ପ୍ରଧାନ। ସେହି ପରି ୨ୟ ସେମି ଫାଇନାଲ ରେ ଭେଟ ହେବେ ହଣ୍ଟର ଇଗଲ ମେଣ୍ଢାଶାଳ କୁ ଯାଆଁଳା କ୍ରିକେଟ୍ କ୍ଲବ୍। ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ୨୪ ତାରିଖରେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page