ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ଯଶୁଆପୁର ଗ୍ରାମରେ ଆସନ୍ତା ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘୯ମ ଯଶୁଆପୁର ମହୋତ୍ସବ’

ବାଲିଅନ୍ତା୨୬/୦୩:-ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର ଯଶୁଆପୁର ଗ୍ରାମରେ ଆସନ୍ତା ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭବ୍ୟ ‘୯ମ ଯଶୁଆପୁର ମହୋତ୍ସବ’। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜକ ‘ଯଶୁଆପୁର ବିକାଶ ପରିଷଦ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା‌ ଦିଆଯାଇଛି। ପ୍ରତିଷ୍ଠାତା ସଦସ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଦୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ଜୟକୃଷ୍ଣ ମହାପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ,ଦୀନବନ୍ଧୁ ଭୋଇ , ତପନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତି ଥିଲେ।

ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆଭିମୁଖ୍ୟ ଆଜିର ଏହି ସମ୍ମିଳନୀରେ ଯଶୁଆପୁର ବିକାଶ ପରିଷଦର କର୍ମକର୍ତ୍ତାମାନେ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ତଥା ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ମହୋତ୍ସବକୁ ଅଧିକ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରାମୀଣ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଲୋପ ପାଇଯାଉଥିବା ପାରମ୍ପରିକ ନୃତ୍ୟର ସଂରକ୍ଷଣ ହିଁ ଏହି ମହୋତ୍ସବର ମୂଳ ଲକ୍ଷ୍ୟ। ଆସନ୍ତା ୨୭ ଓ ୨୮ ତାରିଖରେ ହେବାକୁ ଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କୋଣରୁ ନାମୀଦାମୀ କଳାକାର ଯୋଗ ଦେବେ।

ସମ୍ବଲପୁରୀ , ଗୋଟିପୁଅ , ଢେମଚା: ଆଦିବାସୀ ସଂସ୍କୃତିର ଜୀବନ୍ତ ଛବିକୁ ମଧ୍ୟ ଦେଖିବାର ସୁଯୋଗ ପାଇବେ ଦର୍ଶକ ଏହା ସହ ସୁନାମଧନ୍ୟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ନିଜ ଟିମ୍ ସହ ଦର୍ଶକଙ୍କ ମନ ମୋହିବେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନିଜ ସ୍ବେଛାସେବୀଙ୍କ ପାଇଁ ଚଳିତବର୍ଷର ଜର୍ସି ଓ ପୋଷ୍ଟର ଉନ୍ମୋଚନ ହୋଇଥିଲା। ଏହି ସାଂସ୍କୃତିକ ମହାକୁମ୍ଭରେ ରାଜ୍ୟର ଅନେକ ବରିଷ୍ଠ ମନ୍ତ୍ରୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ବାଲିଅନ୍ତା ଅଞ୍ଚଳ ପାଇଁ ଏକ ସାଂସ୍କୃତିକ ଗର୍ବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page