ବାଳକାଟିରେ ଜିଓର ନୂଆ ପେଟ୍ରୋଲ ଟାଙ୍କି

ପେଟ୍ରୋଲ ପକାଇଲେ ମାଗଣାରେ ହେଲମେଟ
ବାଲିଅନ୍ତା: ସରଦେଇପୁର-ନିମାପଡା ରାସ୍ତା ବାଳକାଟିରେ ଜିଓର ନୂଆ ପେଟ୍ରୋଲ ଟାଙ୍କି ଉଦଘାଟନ ହୋଇଯାଇଛି l ଏନେଇ ଟାଙ୍କିର ମାଲିକ ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଅତିଥିଭାବେ ଜିଓ କମ୍ପାନୀର ବରିଷ୍ଠ ଅଧିକାରୀ ସମେତ

ସ୍ଥାନୀୟ ଅଞ୍ଚଳର ସମାଜସେବୀ ସୁବ୍ରତ ମହାନ୍ତି, ସଂଳାପକାର ଡ଼. ରଜନୀ ରଞ୍ଜନ ଦାଶ, ବେଣୁଧର ଭୋଇ,ଭାଗ୍ୟଧର ନନ୍ଦୀ, ଚକ୍ରଧର ନାୟକ, ପବିତ୍ର ବେହେରା, ଇଂ. ରୁଦ୍ରପ୍ରସାଦ ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ l ସଞ୍ଜୟ ମହାନ୍ତିଙ୍କ ବାପା ପ୍ରହ୍ଲାଦ ମହାନ୍ତି ଓ ମାତା ସୁଧାଂଶୁବାଳା ମହାନ୍ତି ଶୁଭାରମ୍ଭ କରିଥିଲେ l ଉଦଘାଟନ ଦିନରେ ପ୍ରତ୍ୟୋକ ମଟରସାଇକଲ ୭୫0 ପେଟ୍ରୋଲ ଓ ସ୍କୁଟିରେ ୩୫0 ଟଙ୍କାର ପେଟ୍ରୋଲ ପକାଇଲେ ଏକ ହେଲମେଟ ମାଗଣାରେ ଦିଆଯାଉଥିଲା l ଏଥିସହ ଜୀବନ ସୁରକ୍ଷା ନିମନ୍ତେ ହେଲମେଟ ପିନ୍ଧିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା l ସେହିପରି କାର ଚାଳକ ପେଟ୍ରୋଲ ପକାଇଲେ ସେମାନଙ୍କୁ ଚାବି ରିଙ୍ଗ, ୱାସ ଲିକ୍ୟୁଡ଼ି ଓ କପଡା ବଣ୍ଟା ଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page