ବେତନଟୀ ୧୯/୪: ବେତନଟୀ ସ୍ଥିତ ବନ୍ଧନ କଲ୍ୟାଣ ମଣ୍ଡପ ରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ସକ୍ରୀୟ ସଦସ୍ୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ବେତନଟୀ ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ ପରିଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସବନା ମହାନ୍ତି,

ସମ୍ମାନୀତ ଅତିଥି ଭାବରେ ଲୋକପ୍ରିୟ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ସକ୍ରିୟ ସଦସ୍ଯ ମାନଙ୍କୁ ଦଳର ଆଗାମୀ ଦିନର ଆଭିମୁଖ୍ଯ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଥିଲେ । କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ଦ୍ବାରା କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ଯୋଜନା କିପରି ଗ୍ରାମାଞ୍ଚଳର ତୃଣମୂଳ ସ୍ତର ପର୍ଯ୍ଯନ୍ତ ପହଞ୍ଚି ପାରିବ ସେଥିପାଇଁ ସକ୍ରିୟ ସଦସ୍ଯ ମାନେ କାର୍ଯ୍ଯ କରିବେ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୩୬ ମଣ୍ଡଳୀ ସଭାପତି ରାଜୀଵ ନନ୍ଦୀ, ଯୁଵ ସଂଗଠକ ଶାନ୍ତନୁ ପଣ୍ଡା, ହିମାଂଶୁ କବାଟ, ନୀରଞନ ମହାନ୍ତି, ରାକେଶ ମହାନ୍ତ , କେଶବ ନାଥ, ସଂଜୀବ ଜେନା, ସୈମ୍ୟ ମହାପାତ୍ର, ଅରୁପ ରଞ୍ଜନ ଲେଙ୍କା, ବିକାଶ ଦାସ, ବିର କିଶୋର ବିଶ୍ବାଳ, ବ୍ରହ୍ମାନନ୍ଦ ପରିଡା, ଷୀତିଶ ମହାନ୍ତ , ସୁମନ୍ତ ପରିଡା, ଉତ୍ସର୍ଗ ବେହେରା, ଶାନ୍ତନୁ ଦଳେଇ, ଚନ୍ଦନ ପାତ୍ର, ରତ୍ନାକର ଜେନା, ଭବାନୀ ଶଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଯୁବ ସଂଗଠକ ଚନ୍ଦ୍ର ଶେଖର ଵେରା ଧନ୍ୟବାଦ ଅର୍ପଣ କରିଥିଲେ।