ବେଣୁପୁର୍ ବ୍ରାଞ୍ଚ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମେଗା ଋଣ ଶିବିର

ବାଲିଅନ୍ତା: ବାଲିଅନ୍ତା ନିକୁଞ୍ଜ ବିହାରୀ କଲ୍ୟାଣ ମଣ୍ଡପରେ ବେଣୁପୁର୍ ବ୍ରାଞ୍ଚ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମେଗା ଋଣ ଶିବିର ଅନୁଷ୍ଠିତ ହୋଇଯାଇଛି।ମେଗା ଋଣ ଶିବିର ର ମଞ୍ଚ ପରିଚାଳନା କରିଥିଲେ ପ୍ରବନ୍ଧକ ବର୍ଷା ରାଣୀ ଜୀ। ଆଜିକାର ଏହି ମେଗା ଋଣ ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଞ୍ଚଳିକ ପ୍ରବନ୍ଧକ ପଙ୍କଜ କୁମାର, ମୁଖ୍ୟ ବକ୍ତା ଭାବେ ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ୍ ର ମୁଖ୍ୟ ପ୍ରବନ୍ଧକ ମୁକୁନ୍ଦ କର୍ନ ଯୋଗଦେଇ ସରକାରଙ୍କ ଯୋଜନା ଓ ବ୍ୟାଙ୍କ୍ କିଭଳି ଏସ୍.ଏଚ୍.ଜି ମହିଳା ମାନଙ୍କ ପାଇଁ ସହାୟକ ହେବ ସେ ବିଷୟରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ୍ ର ପ୍ରବନ୍ଧକ ବର୍ଷା ରାଣୀ , ସହକାରୀ ପ୍ରବନ୍ଧକ ମିତାଲୀ ମଧୁସ୍ମିତା ,ସି.ଏସ.ଏ ବିପି ସିଂ , ସିଏ ବିଶ୍ଵ ରଞ୍ଜନ ସ୍ବାଇଁ, ବିସି ସରୋଜ ନାୟକ ,ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର, ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ୍ଟ ଓ ନିରଞ୍ଜନ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ବାଲିଅନ୍ତା ଓ ବେଣୁପୁର ରୁ ଆସିଥିବା ସମସ୍ତ ଏସ୍.ଏଚ୍.ଜି ମହିଳା ତଥା ୨୨୦ ଜଣ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ୨କୋଟି ର ଆର୍ଥିକ ସହାୟତା ୠଣ ମାଧ୍ୟମରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥି ଙ୍କ ଉପସ୍ଥିତି ରେ ବଣ୍ଟା ହୋଇଛି। ପ୍ରବନ୍ଧକ ବର୍ଷା ରାଣୀ ଜୀ ତାଙ୍କ ବକ୍ତବ୍ୟରେ କହିଲେ କି ଆମ ବ୍ରାଞ୍ଚ୍ ରୁ ଅନେକ ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଲକ୍ଷପତି ଦିଦି ହେବା ପାଇଁ ସ୍ବପ୍ନ ଦେଖିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page