ବେସରକାରୀ ଜମି ରେ ସରକାରୀ ନଳକୂପ

ମାଲିକର ଅକ୍ତିଆର ଉଦ୍ୟମ -ଅଭିଯୋଗ ଆଣିଲେ ଗ୍ରାମବାସୀ

କଳାହାଣ୍ଡି,୨୧|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସ୍ଥାନେ ସ୍ଥାନେ ଜଳ ସଙ୍କଟ ଦେଖା ଦେଇଛି।ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼ ଙ୍କ ଉଦ୍ୟମକ୍ରମେ ପିପିଲା ଗ୍ରାମ ଠାରେ ଏକ ସରକାରୀ ନଳକୂପ ଖୋଲିବା ପାଇଁ ଅନୁମୋଦନ କରିଥିଲେ।ଗତ କିଛି ଦିନ ତଳେ ଏକ ନଳକୂପ ଖୋଲା ଯାଇଛି।ହେଲେ ଖୋଲିଥିବା ସ୍ଥାନ ଟି ବେସରକାରୀ ଜମି ହୋଇଥିବା ବେଳେ ମାଲିକ ଜଣକ ନିଜ ଅକ୍ତିଆର ରେ ରଖିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବହୁଦିନ ଧରି ପିପିଲା ଗ୍ରାମ ହରିଜନପଡା ଠାରେ ଜଳ ସଙ୍କଟ ଲାଗି ରହିଛି।ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଜିଲ୍ଲା ପରିଷଦଙ୍କ ନିକଟରେ ପଡ଼ାବାସୀ ଗୁହାରି କରିଥିଲେ।ଶେଷରେ ପଡ଼ାବାସୀଙ୍କ ପିଇବା ପାଣି ପାଇଁ ଜିଲ୍ଲା ପରିଷଦ ନିଜ ଅଧିନ ଯୋଜନାରୁ ଏକ ନଳକୂପ ଯୋଗାଇ ଦେଇଛନ୍ତି।ନଳକୂପ ଖୋଲା ଯାଇ ଥିବା ବେଳେ ଗ୍ରାମର ଚକ୍ରଧର ସାଗର ନାମକ ବ୍ୟକ୍ତି ନିଜ ମାଳିକାଣି ଜମିରେ ଖୋଲାଯାଇଥିବା କହି ଅକ୍ତିଆର କୁ ନେବା କୁ ଚେଷ୍ଟା କରିଥିବା ପଡ଼ାବାସୀ ପ୍ରକାଶ କରନ୍ତି। ଏପରିକି ନଳକୂପ ନିଜ ଅକ୍ତିଆରରେ ରଖି ଏକ ବାଡ଼ ଦେବାକୁ ପ୍ରୟାସ କରୁଥିବା ନେଇ ପଡ଼ାବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଦିନ ଏ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିବା ଜଣାପଡିଛି। ଖୋଲା ଯାଇଥିବା ନଳକୂପ ସର୍ବ ସାଧାରଣଙ୍କ ବ୍ୟବହାର ପାଇଁ ଥିବାବେଳେ ମାଳିକାଣି ଜମି ରେ ହୋଇଥିବା ଯୋଗୁଁ ମାଲିକ ଜଣକ ନିଜ ଅକ୍ତିଆର କରି ରଖିବା ଉଦ୍ୟମ ବିଶୃଙ୍ଖଳା କୁ ଆମନ୍ତ୍ରଣ କରୁଛି। ଏଣୁ ନଳକୂପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଅଥବା ସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ବ୍ୟବସ୍ଥା ହାତ କୁ ନେବାକୁ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ଜଗଦୀଶ ଦୁର୍ଗା, ଶ୍ୟାମ ସୁନ୍ଦର ଜାଲ, ହିମାଂଶୁ ସେଠି, ଶିଶୁପାଳ ସୁନାନୀ, ମୁରଲୀ ସୁନାନୀ, ଯୁଗଳ ସୁନାନୀ, ଉମେଶ ସୁନାନୀ, ଚନ୍ଦ୍ରମଣି ସୁନାନୀ, ଦୀପଜ ସୁନାନୀ, ଘନଶ୍ୟାମ ସୁନାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼ -ଏହା ଅନ୍ୟାୟ,ଏଭଳି ଉଦ୍ୟମକୁ ବରଖାସ୍ତ କରାଯିବ ନାହିଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page