ବେହେରାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

ଧର୍ମଗଡ୨୬/୧(ଜନ୍ମେଜୟନାଏକଙ୍କରିପୋର୍ଟ): ଦେଶ ପାଳନ କରୁଛି ୭୬ ତମ ଗଣତନ୍ତ୍ର ଦିବସ l ଦିଲ୍ଲୀ ଠୁ ପଲ୍ଲୀ ଏ ନେଇ ସବୁଠି ଉତ୍ସବର ମାହୋଲ୍ l ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ , ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ଖମାରହଲଦୀ  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କମିଟି ସଭ୍ୟ, ସଭ୍ୟା, ଗ୍ରାମବାସୀ ମାନେ ପ୍ରଥମେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତ ମାତା କି ଜୟ ବନ୍ଦେ ମାତରମ ଧ୍ଵନି ଦେଇ ଜାତୀୟ ସଙ୍ଗୀତ ଗାନ କରି ଶୋଭା ଯାତ୍ରାରେ ଗାଁ ପରିକ୍ରମା କରିଥିଲେ l ପରେ ବିଦ୍ୟାଳୟ ପରିସରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲବଣୀ ରାଉତ, ସମ୍ମାନୀତ ଅତିଥି ସି, ଆର୍, ସି, ସି, ତୁଳାରାମ ସାହୁ, ବିଶ୍ଵଜିତ ନେଗୀ, ଗଣମାଧ୍ୟମ ପ୍ରତିନିଧି ଜନ୍ମେଜୟ ନାଏକ, ବିଦ୍ୟାଳୟ ସଭାନେତ୍ରୀ ଶାନ୍ତି ଦୁର୍ଗା ଯୋଗଦାନ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଗୀତ, ବକୃତା, ନାଚ,ଚିତ୍ରାଙ୍କନ, ପୁଚିଖେଳ ଏମିତି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରିବ ସୁନାନିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହ ଶିକ୍ଷକ ବିଶ୍ଵନାଥ ମେହେର, ଶ୍ୟାମସୁନ୍ଦର ମୁଣ୍ଡ, ଲକ୍ଷ୍ମୀ ନାରାୟଣ ମାଝୀ, ଭୌମୀସୂତା ମାଝୀ, ହେମକାନ୍ତ ସାହୁ, ହୃଦ ମାଝୀ, ସହଯୋଗ କରିଥିଲେ। ବିଭୂତି ଭୂଷଣ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page