ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବାଲିଅନ୍ତା,୨୩|୩):ଭୁବନେଶ୍ୱର ବ୍ଲକ ଅଧିନ ଧଉଳି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବୁଲି ଦେଖିଛନ୍ତି ପଡୋଶୀ ଆନ୍ଧ୍ରପ୍ରଦେଶର ୩୫ ଜଣ ପ୍ରଶାସନିକ ସେବା ବା ବ୍ଲକ ଉନ୍ନୟନ ଅଧିକାରୀ l ସେମାନେ ପହଞ୍ଚିବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତଂ କରାଯାଇଥିଲା l ପରେ ସେମାନେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସେଗୁଡିକର କାର୍ଯ୍ୟକ୍ଷମ ଉପରେ ଦୃଷ୍ଟି ଦେଇଥିଲେ l

ଏଥିସହ ନିର୍ମାଣଧିନ ପ୍ରକଳ୍ପ ଗୁଡିକ ଦେଖିଥିଲେ l ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ରାଜ୍ୟର ପଞ୍ଚାୟତ ଗୁଡିକର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପାର୍ଥକ୍ୟ ପରଖିଥିଲେ l ଶେଷରେ ସେମାନେ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଶାନ୍ତିସ୍ତୁପ ଧଉଳି ଭ୍ରମଣ କରିଥିଲେ l ଏହି ସମୟରେ ଧଉଳି ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ(ଜିପିଡିଓ)ରଂଜିତ କୁମାର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାମନ୍ତରାୟ, ଯୋଗାଣ ସହାୟକ ପ୍ରକାଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page