ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |

ଚାନ୍ଦବାଲି :- ଭଦ୍ରକଜିଲ୍ଲାର ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୃତି ଅନୁଯାଇ ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ପବିତ୍ର କରଣ କରାଯାଇ ଲଲାଟରେ ତିଳକ ଧାରଣ କରି ବନ୍ଦାପନା କରାଯାଇଥିଲା ଏବଂ ନୂତନ କରି ନିଯୁକ୍ତି ହୋଇଥିବା ମାନସ ପଣ୍ଡାଙ୍କୁ ଫାର୍ମାସିଷ୍ଟଅଫିସ ରୂପେ ପୁଷ୍ପ ଗୋଚ୍ଛ ଦେଇ ସ୍ୱାଗତ କରାଯାଇଥିଲା | ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଫିସର ବିନୋଦ କୁମାର ମହାଳିକଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ମତୋ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼କ୍ଟର ପ୍ରତାପ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଆୟୁଷ ମେଡିକାଲ ଅଫିସର ଡ଼କ୍ଟର ସରୋଜିନୀ ପଟ୍ଟନାୟକ | ଏଠାରେ ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼କ୍ଟର ଅଶୋକ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ବିନୋଦ କୁମାର ମହାଳିକଙ୍କ ଉତ୍ସର୍ଗୀକୃତ ସେବା ଓ ମେଡିକାଲପ୍ରତି ଥିବା ତାଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସୁଖମୟ ଓ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ|ବିଦାୟ ସମ୍ବର୍ଧନା ହେଉଛି କାର୍ଯ୍ୟକ୍ଷେତ୍ରର ଅବସର ନେଉଥିବା କର୍ମଚାରୀଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବାର ଏକ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ । ଶୋଭାଯାତ୍ରା ଓ ମାନପତ୍ର ମାଧ୍ୟମରେ ସେମାନଙ୍କ ଉଲ୍ଲେଖନୀୟ ସେବାକୁ ସ୍ମରଣ କରାଯାଇ ସପ୍ରେମ ବିଦାୟ ଦିଆଯାଏ, ଯାହା ସ୍ମରଣୀୟ ହୋଇ ରହିଥାଏ |ବିନୋଦ କୁମାର ମାହାଳିକଙ୍କୁ ବିଦାୟ ସମ୍ବର୍ଧନା ଦେବା ବେଳେ ଉପସ୍ଥିତ ଅନେକ କର୍ମଚାରୀମାନେ ଓ ଅଭିଭାବକ ଭାବବିହ୍ୱଳ ହୋଇ ଯାଇଥିଲେ | ଶେଷରେ ମେଡିକାଲ ତରଫରୁ ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ଶ୍ରୀ ମହାଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମେଡିକାଲର ସମସ୍ତ କର୍ମଚାରୀ ଯୋଗ ଦେଇ ସମ୍ପୂର୍ଣ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page