ଜନ୍ମେଜୟ ନାଏକ
ମାଁ ବୋଲି ଡାକି ଦେଲେ ମାଟିରୁ ଆକାଶ ଯାଏ ଖେଳେ ପ୍ରତିଧ୍ଵନି।
ସେ ଥାଏ ମୋ ହୃଦୟରେ, ମୋ ବେଦନାରେ,,,
ମୋ ପ୍ରାର୍ଥନା ରେ , ଆତ୍ମାର ପୁଳକରେ,,,
ସେ ତ ମୋ ଜନନୀ ।।
ସେ ଚାହିଁ ଥାଏ ମୋ ଆସିବା ପଥକୁ ,
ଚଗଲା ପଣକୁ କରି ଥାଏ ଆକଟ,
ମୋ ଆଖିରେ ଟିକିଏ ଲୁହ ଦେଖିଲେ
ବାହୁନି ଉଠେ ତା ଅନ୍ତରେ କୁହ,,
ଏମିତି କିଏ ଅଛି, ଏହି ଜଗତରେ,।
ତା ଆଖିର ଟୋପା ଟୋପା ଲୁହ,,
ଚାପି ଲୁଚେଇ ରଖେ ନିଜ ଅନ୍ତର ଭିତରେ,,
ମୋ ଆଖିର ଟୋପାଏ ଲୁହ ଦେଖିଲେ
ପୋଛି ଦିଏ ପଣତ କାନିରେ,,
ସିଏ ତ ମୋ ମାଁ,,,
କୋଳେଇ ନିଏ ମୋତେ ତା ର ହୃଦୟ ମନ୍ଦିରେ,,,।
ପାଇବାର ଆଶା କିଛି ନ ଥାଏ ତାହାର ,,
ଦେଇ ଚାଲେ ନିଜେ ସିଏ ତିଲ ତିଲ କରି,,
ଦୁଃଖରେ,, ସୁଖରେ,, ସମ୍ପଦରେ,,
ଅବା ବିପଦରେ,,,
ଭାବରେ ପୁଣି ଅଭାବ ରେ,,,
ଶୁଝିକି ପାରିବ ତା ର ଅନାବିଳ ପ୍ରେମର ସମ୍ପତ୍ତି,,
କୋଟି କୋଟି ପ୍ରଣାମ ମା ତୋ ପାଦ ପଦ୍ମରେ,।।
ଗ୍ରାମ- ପଞ୍ଜିଆ, ଗୋଲାମୁଣ୍ଡା, କଳାହାଣ୍ଡି
ଫୋନ୍ -୯୫୫୬୨୯୯୪୭୪