ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଧର୍ମଗଡ ୧୦/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କ୍ଲଷ୍ଟର ସ୍ଥିତ ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନାଦି ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ସହଗୋଷ୍ଠି ଅଧିକାରୀ ଲିନା ଦାସ ସମ୍ମାନୀତ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକର ବରିଷ୍ଟ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା ଓ ମୂଖ୍ୟବକ୍ତା ଗ୍ରୀଣ୍ଡୋଲ କ୍ଲଷ୍ଟର ସିଆରସିସି ଗଜିନ୍ଦ୍ର ନାଏକ , ଅନ୍ୟତମ ସମ୍ମାନିତ ଅତିଥି ଡାଲଟନ ମଂଗରାଜ , ତରଙ୍ଗ ମହାନନ୍ଦ, ସଭାପତି ତିଲକରାମ ପଟେଲ ଯୋଗଦେଇଥିବା ବେଳେ ସ୍କୁଲର ସହ ଶିକ୍ଷକ ଅରବିନ୍ଦ ପଟେଲ,ମାନସ ରଞ୍ଜନ ପଟେଲ, ଜଲନ୍ଧର ନାୟକ, ଲିପିକା ଆଚାର୍ଯ୍ୟ, ଧବଳେଶ୍ଵର ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସହ ଶିକ୍ଷୟିତ୍ରୀ ରଶ୍ମି ରେଖା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଏଵଂ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ। ସମସ୍ତ ଅତିଥି ବୃନ୍ଦଙ୍କୁ ପ୍ରଧାନ ଶିକ୍ଷକ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ l ବାର୍ଷିକ ଉତ୍ସବର ଉଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଗଜିନ୍ଦ୍ର ନାଏକ ଉପସ୍ଥାପନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ମନଯୋଗ ସହକାରେ ପାଠପଢ଼ି ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ ସେହିପରି ଲିନା ଦାସ ମହୋଦୟା ମୂଖ୍ୟମନ୍ତ୍ରୀଙ୍କ ବାର୍ତା ଶିଶୁ ବାଟିକା ପାଇଁ ପଢି ଶୁଣାଇଥିଲେ। କାଯ୍ୟକ୍ରମ ଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ପ୍ରତିଯୋଗିତାରେ ଭାଗ ନେଇଥିବା କୃତିତ୍ତ୍ୱ ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା l ଏହି କାଯ୍ୟକ୍ରମରେ ସମସ୍ତ ଶିକ୍ଷକ ଗ୍ରାମର ଭଦ୍ରବ୍ୟକ୍ତି ମାନେ ସମ୍ପୂର୍ଣ ସହଯୋଗ କରିଥିଲେ l ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page