ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ

ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ l ବଲାଙ୍ଗୀରରେ ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ରକ୍ତ ଯୋଗାଡ଼ କରିବାରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖବର ପାଇ ସେମାନେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ୍ କରି ରକ୍ତ ପାଇଁ ସହଯୋଗ ମାଗିଥିଲେ l ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଆଗଲପୁର ବ୍ଲକ ବୁରୋଭlଟୀ ଗ୍ରାମର ସୁନୀଲ କୁମାର ସାହୁ ଆସି ରକ୍ତଦାନ କରି କୁନି ଝିଅଟିର ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି।ରକ୍ତଦାନ ପରେ ଯୁବ ସଙ୍ଗଠନ ତରଫରୁ ସୁନିଲଙ୍କୁ ମାନପତ୍ର ଓ ଚାରାଗଛ ପ୍ରଦାନ କରଯାଇଥିଲା l ଯୁବ ସଙ୍ଗଠନର ଏଭଳି ସେବା ମୁଳକ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page