ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା

ଅଭିଯାନଖୋର୍ଦ୍ଧା /ବାଲିପାଟଣା: “ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ କୁ ଉପଜିବ୍ୟ କରି ଗତକାଲି ବିଶ୍ଵ ସିକିଲସ୍ ଡେ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଡଃ ମଧୁମତୀ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ମାନସୀ ଷଡ଼ଙ୍ଗୀ ନିଜ ପ୍ରାରମ୍ଭିକ ବକ୍ତବ୍ୟ ରେ କହିଥିଲେ ଯେ “ସିକଲ ସେଲ୍ ଆନିମିଆ (Sickle Cell Anemia) ଏକ ବଂଶାନୁକ୍ରମିକ ରକ୍ତ ରୋଗ। ଏହା ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ, ଯାହା ଫଳରେ ସେଗୁଡ଼ିକ ଅସ୍ୱାଭାବିକ ଆକାର ଧାରଣ କରିଥାଏ, ଯାହା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥାଏ। କେନ୍ଦ୍ର ସରକାର ସଚେତନତା ବୃଦ୍ଧି, ଅର୍ନ୍ତଚିତ୍ର( ସ୍କ୍ରିନିଂ )ଏବଂ ଚିକିତ୍ସା ପ୍ରଦାନ ଏବଂ ପ୍ରଭାବିତ ବ୍ୟକ୍ତି ଏବଂ ପରିବାରକୁ ସହାୟତା କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଭାରତରେ ସିକଲ ସେଲ୍ ଆନିମିଆରେ ରହୁଥିବା ଲୋକଙ୍କ ପାଇଁ ଏହି ରୋଗର ମୁକାବିଲା ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରହିଛି।ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍‌ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା । ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍‌ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହାକୁ ଦେଶର ୧୭ଟି ଉଚ୍ଚ କେନ୍ଦ୍ରିତ ରାଜ୍ୟ – ଓଡ଼ିଶା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, କେରଳ ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ଥିର ହେବା ଏକ ସାମାଜିକ ସୁବାର୍ତ୍ତା । ଏହି ସମ୍ପାନରେ ପ୍ରଫେସର ଡଃ ସରୋଜ ମହାପାତ୍ର, ଡଃ ବିଜୟ କୁମାର ଶତପଥୀ, ଡଃ ସିପ୍ରା ନାୟକ, ସମର୍ପିତା ଷଡ଼ଙ୍ଗୀ, ଡଃ ସୁଜାତା ସାହୁ, ଡଃ ସସ୍ମିତା ବିଶ୍ବାଳ ବିଶ୍ବ ସିକିଲସ୍ ଡେ ପାଳନର ପ୍ରାସଙ୍ଗିକତାକୁ ଉପଜିବ୍ୟ କରି ଏହାର ସମ୍ବେଦନଶୀଳ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ନିଜର ସଭାପତିତ୍ବ ଅଭିଭାଷଣରେ ଅଧ୍ୟକ୍ଷା ଡଃ ରଥ “ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନକୁ ଉପଜିବ୍ୟ କରି ଆଜି ବିଶ୍ଵ ସିକିଲସ୍ ଡେ ସମଗ୍ର ବିଶ୍ଵରେ ପାଳିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News