ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ସୁମିତ

ଧର୍ମଗଡ ୧୩/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):
ରାଜ୍ୟ ଟୁଇଟର ଆସୋସିଏସନର ପୁରୀରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ କଳାହାଣ୍ଡି ର ଟୁଇଟରମ୍ୟାନ ଯୁବ ସମାଜସେବୀ ସୁମିତ କୁମାର ଖମାରୀ ଙ୍କୁ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ସହିତ ପୁରା ରାଜ୍ୟର ସମସ୍ୟା ସମାଧାନ କରିବାକୁ ଆଜି ପର୍ଯ୍ୟନ୍ତ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ଟୁଇଟ, ୬୩୦ରୁ ଉର୍ଦ୍ଧ୍ବ ଅନଲାଇନ୍ ଅଭିଯୋଗ, ୨୦୦ରୁ ଊର୍ଦ୍ଧ୍ବ ଇ-ମେଲ କରିସାରିଲେଣି। ତାଙ୍କ ଟୁଇଟ୍ କାରଣରୁ ଅନେକ ସମସ୍ୟାର ସମାଧାନ ହେଉଥିବାରୁ ସେ ଏବେ ଟୁଇଟର ମ୍ୟାନ୍ ଭାବେ ପରିଚିତ । ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ସୁମିତ କୁମାର ଖମାରୀ ଏହାକୁ ସମାଜ ନିମନ୍ତେ ଉପଯୋଗ କରି ଚର୍ଚ୍ଚାରେ ରହିଛନ୍ତି I ତାଙ୍କ ଟୁଇଟ୍ ଅନେକ ଅସହାୟ ଗରିବ, ବୃଦ୍ଧା, ଭିନ୍ନ‌କ୍ଷମ, ବିଧବା ଓ ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟେଇ ଦଉଛି। ଏହି କାରଣରୁ ଆଜି ପୁରୀରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ଖମାରୀ ଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page