ଲବଣଗିରି ମହିମା ଆଶ୍ରମର ବାର୍ଷିକୋତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାଞ୍ଚ ଗାଁ ନିକଟସ୍ଥ ଜାମୁକୋଳି ଲବଣ ଗିରି ମହିମା ଆଶ୍ରମ ରେ ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ଚୈତ୍ର ଶୁକ୍ଳ ପାଞ୍ଚମୀ ବୁଧବାର ଦିନ ପୂଜ୍ୟ ଅଧକ୍ଷ୍ୟବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷ୍ୟ ତା ରେ ଓ ସାଧୁ ଅନାମ ଚରଣ ଦାସ ଙ୍କ ତତ୍ତ୍ୱଓବଧାନରେ ବ୍ରହ୍ମ ମୁହୂର୍ତ୍ତରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଥିଲା ଓ ତତ ସହିତ ଆଶ୍ରମ ପ୍ରାଙ୍ଗଣରେ ନବ ନିର୍ମିତ ଗୃହ ପ୍ରତିଷ୍ଠା କରାଯାଇ ବିଶ୍ଵବ୍ରହ୍ମାଣ୍ଡ ର କଲ୍ୟାଣ ନିମନ୍ତେ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା ଏହି ସ୍ଥାନଟି ର ମହିମା ଅଲେଖ ଡାକରେ କମ୍ପି ଉଠିବା ସହିତ ଏକ ଧାର୍ମିକ ବାତାବରଣ ସୃଷ୍ଟି ହୋଇ ଥିଲା I ଏହି ମହୋତ୍ସବ ରେ ମହିମା ଗାଦି ମହିମା ଧର୍ମ ସମାଜ ର ବହୁ ବରିଷ୍ଠ ପ୍ରମୁଖ ସିଧ୍ୟ୍ୟ ସାଧୁ ବାବା ମହୋଦୟ ବୃନ୍ଦ ଓ ବିଜ୍ଞ ସାଧୁ ମଣ୍ଡଳୀ ଭକ୍ତ ବୃନ୍ଦ ତଥା ଧର୍ମ ପାରାୟଣ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ଓ ଏହି ପବିତ୍ର କାର୍ୟ୍ୟକ୍ରମଟିକୁ ବାବା ପ୍ରସନ କୁମାର ଦାସ, ସାଧୁବାବା ଅନାମ ଚରଣ ଦାସ, ସାଧୁବାବା ବେଣୁଧର ଦାସ ସୁଚାରୁରୂପେ ଚଳାଇ ଥିବାରୁ ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ମତବ୍ୟକ୍ତ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page