ଶିବମ୍ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ

ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଜୟନ୍ତୀ ସାରା ଭାରତବର୍ଷରେ ପାଳିତ ହୋଇଯାଇଛି । ଏହି କ୍ରମରେ ଭୁବନେଶ୍ୱରର ଚିନ୍ତାମଣୀଶ୍ୱରସ୍ଥିତ ଶିବମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍‌ରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତୀ ଓ ଗୁରୁଦିବସ ଅନୁଷ୍ଠାନର ଅଧ୍ୟକ୍ଷା ଶଶୀରେଖା ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଗୁପୁର ସମାଚାରର ଉତ୍କଳ ବୁଲେଟିନର ସଂପାଦକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ସାଂସ୍କୃତିକ ଅନୁଷ୍ଠାନ ଆମ ଗାଁ ଆମ ପରିଚୟର ପ୍ରତିଷ୍ଠାତା ତଥା ସଭାପତି ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଗୁରୁ ଡଃ ରାଧାକ୍ରିଷ୍ଣନ୍‌ଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଗୁରୁ ଡଃ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧା ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ରାଧାକ୍ରିଷ୍ଣନ୍ ଜଣେ ରାଜନୈତିକ ତଥା ଦାର୍ଶନିକ ଥିଲେ । ନିଜର ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଓ କର୍ମନିଷ୍ଠା ଦ୍ୱାରା ସେ ଭାରତୀୟମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ସମାଜ ଗଠନ ଦିଗରେ ନିଜର ପାରଦର୍ଶିତା ବୃଦ୍ଧି କରିବା ଉଚିତ୍ ବୋଲି ମତପୋଷଣ କରିଥିଲେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନ ସହିତ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ନିଜକୁ ଗଢ଼ି ତୋଳିବାକୁ ମୁଖ୍ୟ ବକ୍ତା ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଶଶୀରେଖା ସାହୁ ଅଖଣ୍ଡ ଭାରତବର୍ଷ ଏବେ ବି ପ୍ରଗତି ଦିଗରେ କାର୍ଯ୍ୟ କରୁଥିଲେ ବି ସଫଳତାର ବହୁ ପଛରେ ରହିଛି। ଆଜିର ଯୁବପିଢ଼ି ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ଦୃଢ଼ ସଂକଳ୍ପ ନେଲେ ଏକ ବିକଶିତ ରାଷ୍ଟ୍ର ଗଠନ ସହଜ ହୋଇପାରବ ବୋଲି ନିଜ ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷିରେ ‘ବିକଶିତ ଭାରତ ଓ ଆଜିର ଯୁବପିଢ଼ି’ ଶୀର୍ଷକ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପଙ୍କଜିନୀ ସାହୁ ପ୍ରଥମ, ସିପ୍ରାରାଣୀ ବାରିକ ଦ୍ୱିତୀୟ ଓ ବିଶ୍ୱଜିତ୍ ମହଲା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କ୍ରମରେ ଅନୁଷ୍ଟାନର ପୁରାତନ ଛାତ୍ର ମିଲନ ବେହେରାଙ୍କୁ ‘ଶିବମ ଜ୍ୱେଲ ସମ୍ମାନ’ ପ୍ରଦାନ କରାଯାଇଥିଲା। ପୂର୍ଣ୍ଣିମା ହଲଦାର, ନୈନା ସ୍ୱାଇଁ, ପଙ୍କଜିନୀ ସାହୁ, ବିଶ୍ୱଜିତ୍ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page