ଶ୍ରୀ ଜୟଦେବ ଓ଼ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶ୍ରୀ ଜୟଦେବ ରାଷ୍ଟ୍ରିୟ ସମlରୋହ ଏବଂ ନବୀନ କଳାକlର ଜାତୀୟ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ 29 ଓ 30 ଦୁଇ ଦିନ ଭୁବନେଶ୍ୱରର ଭଞ୍ଜା କଳା ମଣ୍ଡପ” ରେ ଚାଲିବ l ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମରୋହରେ ଶାସ୍ତ୍ରୀୟ ନୃତ୍ୟରେ ଦେଶ ବିଦେଶରର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦର ତlଳେ ତlଳେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ l ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ କବି ଓ ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ, ଦୁଷ୍ମନ୍ତ କୁମାର ସ୍ଵାଇଁ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଡକ୍ଟର ଚନ୍ଦ୍ର ଶେଖର ହୋତା, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ), ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଡ଼. ଗଦାଧର ମହାପାତ୍ର, କୈଳାସ ମିଶ୍ର ଯୋଗ ଦେଇ ଆୟୋଜକ ଜଗବନ୍ଧୁ ଜେନାଙ୍କ କଳା ସଂସ୍କୃତି ଓ଼ ଶାସ୍ତ୍ରୀୟ ନୃତ୍ୟ ତଥା ଜୟଦେବଙ୍କ ରଚନା ତଥା ଜଗନ୍ନାଥ ସଂସ୍କୃତିର ବିଶ୍ୱବିଦିତ ପାଇଁ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ l ଏହି ଅବସରରେ ଅତ୍ତରୟୀ l ଦତ୍ତ, ଓଡ଼ିଶୀ, କୋଲକାତା (ପଦ୍ମାବତୀ ଯୁବା ପ୍ରତୀକ ପୁରସ୍କର) ଶୁଭଲକ୍ଷ୍ମୀ ପି.ଏସ୍.ଭାରତନାଟ୍ୟମ୍, ଥିରୁବନନ୍ତପୁରମ୍ (ପଦ୍ମାବତୀ ଯୁବା ପ୍ରତୀକ ପୁରସ୍କର) ମୀନାକ୍ଷୀ ପ୍ରଦୀପ କୁଚିପୁଡି, କେରଳ (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) ଅନନ୍ୟା ଗୋସ୍ୱାମୀ (କଥକ) ଡେଲାୱେର୍, ଆମେରିକା (ଶ୍ରୀ ଜୟଦେବ ଆନ୍ତର୍ଜାତୀୟ ପୁରସ୍କାର) ରିଞ୍ଜୁମୋନି ସାଇକିଆ | ସତ୍ତ୍ରିୟା, ଗୁଆହାଟି, ଆସାମ (ଶ୍ରୀ ଜୟଦେବ ଆନ୍ତର୍ଜାତୀୟ ପୁରସ୍କାର)ଆର.ଏଲ.ଭି ମଞ୍ଜୁଷା ଅନୁପ, ମୋହିନିୟତମ୍, କେରଳ (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) ମାରାମି ବେଜବାରୁଆ ସତତୀୟ ନୃତ୍ୟ, ଗୁଆହାଟି (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର)ସଙ୍ଗୀତା ଛୋଟରାୟ ଓଡ଼ିଶୀ ଗ୍ରୁପ୍, ଗୁଆଲି, କଟକ (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) କାର୍ତ୍ତିକା ଚନ୍ଦ୍ରନ୍ ( କୁଚିପୁଡି ), କେରଳ(ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) ରବିନ୍ଦ୍ର ୟେଙ୍ଗଖୋମ ମଣିପୁରୀ, ଇମ୍ଫାଲ (ଶ୍ରୀ ଜୟଦେବ ରାଷ୍ଟ୍ରୀୟ ଯୁବା ପୁରସ୍କର) | ୟଙ୍ଗାମ୍ବଭମ୍ ସରିତା ଦେବୀ ମଣିପୁରୀ, ଇମ୍ଫାଲ (ପଦ୍ମାବତୀ ରାଷ୍ଟ୍ରିୟ ପୁରସ୍କର) ରେ ସମ୍ମାନିତ କରାଯାଇଥିଲା l ସମ୍ବର୍ଦ୍ଧିତ ସମସ୍ତ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ l ପୂର୍ବାହ୍ନ ଅଧିବେଶନକୁ ନୃତ୍ୟଗୁରୁ ବିପିନ ବିହାରୀ ସ୍ୱାଇଁ, ସୁଚିତ୍ରା ନାୟକ ମଣିପୁରୀ ନୃତ୍ୟଗୁରୁ ସୁମନା ଚାଟର୍ଜି, ଉପଦେଷ୍ଟା ପ୍ରସନ୍ନ ବିଷୋୟୀ ପ୍ରଦୀପ ପ୍ରଜ୍ଜଳନ କରି ସମାରୋହ ର ଶୁଭ ଆରମ୍ବ କରିଥିଲେ l ପୂର୍ବାହ୍ନ ଅଧିବେଶନରେ “ନବୀନ କଳାକାର ” ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ ଶୈଳୀର 10 ରୁ 25 ବର୍ଷ ବୟସର ଉଦୀୟମାନ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯାତ୍ରା ଜଗତର ପ୍ରସିଦ୍ଧ ଆଗ ଧାଡ଼ିର ଅଭିନେତ୍ରୀ ଭାବନା କରଙ୍କୁ ଇତ୍ୟାବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇ ଥିଲା l ଦେବମିତା ସାହୁ, ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page