ସକାଳୁ ଭୁବନେଶ୍ୱରକୁ ଘେରିଲେ ପୋଲିସ

ଭୁବନେଶ୍ୱର,୨୭।୩: ରାଜ୍ୟରେ ଅସୁରକ୍ଷିତ ମହିଳା ଏବଂ ଏଥିଲାଗି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣା ପାଇଁ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବା ପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର‌୍ୟ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ କରାଯାଇଛି। । ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା ବିଗିଡିପାରେ। ଟ୍ରାଫିକ ଜାମ ହେବାରୁ ଲୋକେ ହନ୍ତସନ୍ତ । କଂଗ୍ରେସର ଆନ୍ଦୋଳନକୁ ଦେଖି ସତର୍କ ରହିଛି କମିଶନରେଟ ପୋଲିସ । ରାଜଧାନୀରେ ବିଭିନ୍ନ ଫୋର୍ସ ମୁତୟନ କରାଯାଇଛି। ସକାଳ ୯ରୁ ଅପରାହ୍ଣ ୩ଟା ଯାଏ ରୁପାଲି ଛକରୁ ରାଜମହଲ ପର‌୍ୟ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ କମିଶନରେଟ ପୋଲିସ ଉକ୍ତ ରାସ୍ତାରେ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନେଇ କମିଶନରେଟ ପୋଲିସ ବିଜ୍ଞପ୍ତି ମଧ୍ୟ ଜାରି କରିଛି । ଟ୍ରାଫିକ ସୂଚନା ବାବଦରେ ଅବଗତ ହୋଇ ପୋଲିସକୁ ସହଯୋଗ କରନ୍ତୁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । କଂଗ୍ରେସର ବିଶାଳ ବିକ୍ଷୋଭକୁ ନେଇ ସଜାଗ କମିଶନରେଟ ପୋଲିସ ରାଜଧାନୀରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ମୁତୟନ ହୋଇଛନ୍ତି । ୧୦ ପ୍ଲାଟୁନ ମହିଳା ପୋଲିସ ଗୁରୁତ୍ବପୂର୍ଣ୍ଣ ଛକ ଓ ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ହୋଇଛିନ୍ତି । ରାଜଧାନୀରେ ପୋଲିସର ଟ୍ରାଫିକ କଟକଣା ରୁପାଲି ଛକରୁ ରାଜମହଲ ଯାଏ ଯାତାୟତ ଉପରେ କଟକଣା ସକାଳ ୯ଟାରୁ ଅପରାହ୍ଣ ୩ଟା ଯାଏ କଟକଣା ଜାରି କରାଯାଇଛି । କଂଗ୍ରେସର ବିକ୍ଷୋଭ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page