ସର୍ଗିଗୁଡାରେ ଚୈତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳିତ

କଳାହାଣ୍ଡି,୯|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଡହଗାଁ ଗ୍ରାମ ପଞ୍ଚାୟତ ସର୍ଗିଗୁଡାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଗଣେନ୍ ବୁଢୀ, ମାଁ ପରଦେସେନ୍, ମାଁ ପଞ୍ଚମୁଖୀ କାଳୀଙ୍କ ବାର୍ଷିକ ଚୈତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ଦେବୀ ପୂଝାରୀ କ୍ଷତ୍ରିୟ ପୂଝାରୀ ପୂଜାର୍ଚ୍ଚନା କଲା ପରେ କୁମାରୀ କନ୍ୟାଙ୍କ ଉପରେ ବୁହା ଯାଇଥିବା ଦେବୀଙ୍କ ଘଟ ଗ୍ରାମର ପ୍ରତ୍ୟେକ ଘରକୁ ବୁଲିଥିଲା। ଶ୍ରଦ୍ଧାଳୁମାନେ ଧୂପ, ଦୀପ, ନଡ଼ିଆ, ଶୁକ୍ଳ ଭୋଗ ତଥା ବଳି ଦେଇ ପୂଜାର୍ଚ୍ଚନା କରି ନିଜ ନିଜର ମଙ୍ଗଳ କାମନା କରିଥିଲେ । ତତ୍ ସହିତ ଗ୍ରାମର ମହରିଆ ପରିବାରର ଇଷ୍ଟଦେବୀ ମାଁ ଦକ୍ଷିଣ କାଳୀଙ୍କ ପୂଜା ମଧ୍ଯ ଭକ୍ତି ପୂତ ଭାବରେ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା।ପରମ୍ପରା ଅନୁଯାୟୀ ପୂଝାରୀ ଧର୍ମାନନ୍ଦ ନାଏକ ପୂଜାର୍ଚ୍ଚନା କଲା ପରେ ମହରିଆ ପରିବାରର ସମସ୍ତ ସଦସ୍ୟ ମାଁ ଙ୍କ ଶରଣାପନ୍ନ ହୋଇ ମାଁ ଙ୍କ ଆଶୀର୍ବାଦ କାମନା କରିଥିଲେ। ଗ୍ରାମର ଏପରି ଏକ ମହାନ୍ ପର୍ବରେ ଗ୍ରାମର ଗୌନ୍ତିଆ ତ୍ରିଭୁବନ ସିଂ ରାଜପୁତ ସମେତ ଉମାଶଙ୍କର ନାଏକ, କ୍ଷତ୍ରିୟ ନାଏକ, ହେତୁରାମ ନାଏକ, ବିକ୍ରମ ନାଏକ, ମନୋରଞ୍ଜନ ନେଗୀ, ମଣିରାମ ପଟେଲ୍‌, ପପୁ ଛତ୍ରିଆ, ରାମ ପ୍ରସାଦ ନାଏକ ଏବଂ ସମସ୍ତ ଗ୍ରାମବାସୀ ଶ୍ରଦ୍ଧା ଓ ଭକ୍ତି ଭାବେ ସହଯୋଗ କରି ଥିବା ଦେଖିବାକୁ ମିଳିଥିଲା |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page