ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ଜାତୀୟ ସ୍ଥାନୀୟ ସିଆରପି କାର୍ଯ୍ୟାଳୟ ଠାରେ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ ଯୋଗଦେଇ ମହିଳାମାନେ ରାଷ୍ଟ୍ର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରି ଆସିବା ସହିତ ସରକାର ଙ୍କ ବିଭିନ୍ନ ଯୋଜନା କୁ ସଫଳ ଭାବେ ରୂପାୟନ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ. ଏହି ଅବସରରେ ଆତ୍ମ ନିର୍ଭରଶୀଳ ଓ ପ୍ରତିଭାବାନ ମହିଳା ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା. କାର୍ଯ୍ୟକ୍ରମ କୁ ଅନିତା ସ୍ୱାଇଁ ପରିଚାଳନା କରିଥିଲେ I