ସାରସ୍ୱତ ସାଧିକା ଶୈଳବାଳା ମହାନ୍ତି ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧକ, ଆଦର୍ଶ ଶିକ୍ଷାବିତ, କାଳଜୟୀ ପ୍ରାର୍ଥନା “ଆହେ ଦୟାମୟ ବିଶ୍ୱବିହାରୀ “ର ସ୍ରଷ୍ଟା ବିଶିଷ୍ଟ ବ୍ୟକ୍ତିତ୍ୱ ରାମକୃଷ୍ଣ ନନ୍ଦଙ୍କ ସୁଯୋଗ୍ୟା କନ୍ୟା, ସାରସ୍ୱତ ସାଧିକା, ଦୂରଦର୍ଶନ ଉପସ୍ଥାପିକା, ବହୁ ବ୍ୟକ୍ତିତ୍ୱ ର ସମାହାର ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ସେ ଜଣେ ଆଦର୍ଶ ମହିଳା ହେବା ସହିତ, ସାହିତ୍ୟ, ପୂଜ୍ୟପୂଜାର ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି I ଶ୍ରଦ୍ଧାଞ୍ଜଳି ସଭା ରେ ସଂଯୋଜକ ନାରାୟଣ ଓଝା, ଡ଼ ପ୍ରଦୀପ କୁମାର ବିଶ୍ୱାଳ, ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page