ସିଆଇଏସ୍‌ସିଇ ରିଜୋନାଲ ଟାଇକଣ୍ଡୋରେ ବଲାଙ୍ଗିରକୁ ୪ ପଦକ

ବଲାଙ୍ଗିର: ବଲାଙ୍ଗିର ଅଗଷ୍ଟ ୧ ଓ ୨ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ନିର୍ମାଳ କନଭେନ ସ୍କୁଲରେ ସିଆଇଏସ୍‌ସିଇ ରିିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଶ୍ରେୟାଂଶ ଭଞ୍ଜ ଅଣ୍ଡର ୧୪ ବର୍ଷ ବାଳକ ୪୧-୪୫ କେଜି ଖିଋଗୀ (ଫାଇଟ) ବିଭାଗରେ ସ୍ୱର୍ଣ୍ଣ ପଦକ, ପ୍ରିୟମ ସାହୁ ୫୧-୫୫ କେଜି ଖିଋଗୀରେ ସ୍ୱର୍ଣ୍ଣ ପଦକ, ଶୁଭମ ମେହେର ୪୫-୪୮ ଖିଋଗୀରେ ରୌପ ପଦକ, ସାନଭି ପ୍ରଧାନ ୧୨-୧୪ ବର୍ଷ ୩୮ କେଜି ଅଧିକ ବାଳିକା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଶ୍ରେୟାଂଶ, ପ୍ରିୟମ ଓ ଶୁଭମ୍‌ ଓଡିଶାରୁ ଭାଗ ନେବେ ବୋଲି ଟାଇକଣ୍ଡୋ କୋଚ ଅସୀମ ଭୋଇ ସୂଚନା ଦେଇଛନ୍ତି । ଟାଇକଣ୍ଡୋ ଛାତ୍ର ଛାତ୍ରୀଙ୍କ ଏଭଳି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସୀମ କୁମାର ଭୋଇ, ସଭାପତି ହେମନ୍ତ ପଣ୍ଡା, ଓଡିଶା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ରିଜୋନାଲ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ରାଉରକେଲା, କେନ୍ଦୁଝର, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page