ସୁଭଦ୍ରା ଯୋଜନା ସଚେତନା ଶୋଭାଯାତ୍ରା

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ ଟି ପଞ୍ଚାୟତରେ ବୁଧବାର ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଭା ଓ ଶୋଭାଯାତ୍ରା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଦାରିଙ୍ଗବାଡିର ବସଷ୍ଟାଣ୍ଡ ସମେତ ଚାରି ଛକ, ତିନିଛକ ଆଦି ଶୋଭାଯାତ୍ରାରେ ଯାଇ ସୁଭଦ୍ରା ଯୋଜନାର ଫାଇଦା ସମ୍ପର୍କରେ ଜନ ସଚେତନ କରାଯାଇଥିଲା। ସେହିପରି ବ୍ରାହ୍ମଣୀଗାଁ ପଞ୍ଚାୟତର ଅଙ୍ଗନୱାଡ଼ି ସୁପର ଭାଇଜର ଙ୍କ ନେତୃତ୍ୱ ରେ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମହିଳା ମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବା ପରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଏବଂ ଶୋଭାଯାତ୍ରା ଜରୀଆରେ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନା କରିବା ସହ ମହିଳାମାନେ କିପରୀ ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା ହୋଇଥିଲା। ଏହି ଯୋଜନାରେ ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ବାବଲମ୍ବୀ ହୋଇପାରିବେ କ୍ଷୁଦ୍ର ବ୍ୟବସାୟ, ଚାଷ ସମେତ କୁକୁଡ଼ା ପାଳନ, ଗେଣ୍ଡୁ ଫୁଲ ଚାଷ, ଉଦ୍ୟାନ କୃଷି ଆଦି କରି କିଭଳି ସ୍ବାବଲମ୍ବୀ ହେବେ ସେନେଇ ପରାମର୍ଶ ଦିଆଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page