ସ୍ୱର୍ଣୀମ ଜୟନ୍ତୀ ଉତ୍ସବ ଓ 3 ଦିନିଆ ରାଜ୍ୟ ଅଧିବେଶନ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲା ସେକ୍ଟର -୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମର ୫୦ ତମ ରାଜ୍ୟ ଅଧିବେଶନ ସ୍ବର୍ଗତ କମଳ କିଶୋର ନାଏକ ସଭା ଗୃହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବ୍ୟକ୍ତିତ୍ଵ ବିକାଶର ମୁକ୍ତ ବିଶ୍ଵବିଦ୍ୟାଳୟ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୋଲି କହିବା ସହ ବିଦ୍ୟାର୍ଥୀ ଜୀବନର ବିକାଶ ପାଇଁ ବିଦ୍ୟାର୍ଥୀ ପରିଷଦ ଏକ ବଳିଷ୍ଠ ସଙ୍ଗଠନ ବୋଲି କହିଥିଲେ। ଏବିଭିପି ରାଜ୍ୟ ସଭାପତି ଡ଼ ସଞ୍ଜୀବ କୁମାର ନାୟକ ଯୋଗ ଦେଇ ପରିଷଦର ମୂଳମନ୍ତ୍ର ଜ୍ଞାନ ଏବଂ ଏକତା ବିଦ୍ୟାର୍ଥୀଙ୍କ ଚରିତ୍ର ଓ ବ୍ୟକ୍ତିତ୍ଵ ଗଠନରେ ସହାୟକ ହେଇଛି ବୋଲି କହିଥିଲେ। ରାଷ୍ଟ୍ରୀୟ ଉପ ସଭାପତି ପ୍ରଫେସର ଆଶୁତୋଷ ମାଣ୍ଡାଭି ଯୋଗ ଦେଇ ରାଷ୍ଟ୍ର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷ ଏବଂ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ରାଷ୍ଟ୍ରପ୍ରେମ, ରାଷ୍ଟ୍ରପ୍ରତି ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ରାଉରକେଲା ସହର ସୁନାର ମାଟି, ଏହି ମାଟିପାଇଁ ପାଇଁ ବିଦ୍ୟାର୍ଥୀ ପରିଷଦ ତାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ଆଞ୍ଚଳ ଚୌଧୁରୀ ଯୋଗଦେଇ ନାରୀଶକ୍ତି ରାଷ୍ଟ୍ର ଗଠନ ପାଇଁ ସର୍ବଦା ବଳିଷ୍ଠ ଭୂମିକା ଗ୍ରହଣ କରିଆସିଥିବା କହିଥିଲେ। ଅନ୍ୟତମ ମଞ୍ଚାସୀନ ଅତିଥିଭାବରେ ବିଦ୍ୟାର୍ଥି ପରିଷଦ ମହାନଗର ସଭାପତି ଦେବଶ୍ରୀ ଦାସ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରରେ ସ୍ବାଗତ ସମିତି ଅଧ୍ୟକ୍ଷ ସୁରେଶ ଅଗ୍ରୱାଲ ନିଜର ସ୍ବାଗତ ଅଭିଭାଷଣ ଏବଂ ସମିତିର ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ସଭାକାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ପ୍ରଦ୍ବିପ ପ୍ରଜ୍ଜ୍ୱଳନ କରିବା ପରେ ପରିଷଦ ଗୀତ ଗାନ କରାଯାଇଥିଲା। ସଭାକାର୍ଯ୍ୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ଵର୍ଣୀମ ଜୟନ୍ତୀର ଥିମ୍ ସଙ୍ଗୀତ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ବର୍ଗତ ସମୀର ରାଉତଙ୍କ ପ୍ରଦର୍ଶନୀ ଗୃହ ଅତିଥି ମାନେ ପରିଭ୍ରମଣ କରିଥିଲେ। ସେହିପରି ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ବର୍ଗତ ନିର୍ମଳ ଷଡ଼ଙ୍ଗୀଙ୍କ ନାମରେ ଭଜନ ମଣ୍ଡପଗୃହକୁ ନାମିତ କରାହୋଇଥିଲା I ଉକ୍ତ ଉଦ୍ଘାଟନ ଉତ୍ସବରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ସମେତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ,ବିଜେପି ଓଡ଼ିଶାର ମୁଖପାତ୍ର ଧିରେନ୍ ସେନାପତି, ଓଡ଼ିଶାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସ୍ଵଂୟ ସେବକ ସଂଘର ଡ ସନାତନ ପ୍ରଧାନ, ବିଜେପି ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ଭାରତୀୟ ମଜଦୂର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ହିମାଂଶୁ ବଳ ପ୍ରମୁଖ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର କ୍ଷେତ୍ରୀୟ ସହ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ ଯୋଗ ଦେଇ ପ୍ରାଧ୍ୟାପକ ଯଶୋବନ୍ତ ରାଓ କେଲକରଙ୍କ ଜୀବନୀ ଏଵଂ କାର୍ଯ୍ୟ ପଦ୍ଧତି ବିଷୟବସ୍ତୁ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥି ସହିତ ଆଗାମୀ ଦିନରେ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ କିଭଳି ସୁଚାରୁ ରୁପେ ହୋଇ ପାରିବ ସେଥି ପାଇଁ ସମସ୍ତେ ତତ୍ପର ହେବାକୁ ଆହ୍ଵାନ ଦେଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯୟକ୍ରମରେ ୧୪ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ୧୦୦ ରୁ ଉର୍ଦ୍ଧ ସଂଖ୍ୟାରେ ଅଧ୍ୟାପକ ଅଧ୍ୟାପିକା ସକ୍ରିୟ ଅଂଶଗ୍ରଣ କରିଥିଲେ। ସମଗ୍ର କାର୍ଯକ୍ରମକୁ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ପଣ୍ଡା, ରାଷ୍ଟ୍ରୀୟ ଜନଜାତି କାର୍ଯ୍ଯ ପ୍ରମୁଖ ପ୍ରମୋଦ ରାଉତ, ବିଭାଗ ସଙ୍ଗଠନ ସମ୍ପାଦକ ଜୀବନ ଜ୍ୟୋତି ରାଉତ ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଅଧ୍ୟାପକ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅଧିବେଶନ ଆଗାମୀ ୩ ଦିନ ଯାଏଁ ଚାଲିବ ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ମାଧ୍ୟମରେ ସେଗୁଡ଼ିକର ସଫଳ ରୂପାୟନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page