ରାଉରକେଲା: ରାଉରକେଲା ସେକ୍ଟର -୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମର ୫୦ ତମ ରାଜ୍ୟ ଅଧିବେଶନ ସ୍ବର୍ଗତ କମଳ କିଶୋର ନାଏକ ସଭା ଗୃହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବ୍ୟକ୍ତିତ୍ଵ ବିକାଶର ମୁକ୍ତ ବିଶ୍ଵବିଦ୍ୟାଳୟ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୋଲି କହିବା ସହ ବିଦ୍ୟାର୍ଥୀ ଜୀବନର ବିକାଶ ପାଇଁ ବିଦ୍ୟାର୍ଥୀ ପରିଷଦ ଏକ ବଳିଷ୍ଠ ସଙ୍ଗଠନ ବୋଲି କହିଥିଲେ। ଏବିଭିପି ରାଜ୍ୟ ସଭାପତି ଡ଼ ସଞ୍ଜୀବ କୁମାର ନାୟକ ଯୋଗ ଦେଇ ପରିଷଦର ମୂଳମନ୍ତ୍ର ଜ୍ଞାନ ଏବଂ ଏକତା ବିଦ୍ୟାର୍ଥୀଙ୍କ ଚରିତ୍ର ଓ ବ୍ୟକ୍ତିତ୍ଵ ଗଠନରେ ସହାୟକ ହେଇଛି ବୋଲି କହିଥିଲେ। ରାଷ୍ଟ୍ରୀୟ ଉପ ସଭାପତି ପ୍ରଫେସର ଆଶୁତୋଷ ମାଣ୍ଡାଭି ଯୋଗ ଦେଇ ରାଷ୍ଟ୍ର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷ ଏବଂ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ରାଷ୍ଟ୍ରପ୍ରେମ, ରାଷ୍ଟ୍ରପ୍ରତି ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ରାଉରକେଲା ସହର ସୁନାର ମାଟି, ଏହି ମାଟିପାଇଁ ପାଇଁ ବିଦ୍ୟାର୍ଥୀ ପରିଷଦ ତାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ଆଞ୍ଚଳ ଚୌଧୁରୀ ଯୋଗଦେଇ ନାରୀଶକ୍ତି ରାଷ୍ଟ୍ର ଗଠନ ପାଇଁ ସର୍ବଦା ବଳିଷ୍ଠ ଭୂମିକା ଗ୍ରହଣ କରିଆସିଥିବା କହିଥିଲେ। ଅନ୍ୟତମ ମଞ୍ଚାସୀନ ଅତିଥିଭାବରେ ବିଦ୍ୟାର୍ଥି ପରିଷଦ ମହାନଗର ସଭାପତି ଦେବଶ୍ରୀ ଦାସ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରରେ ସ୍ବାଗତ ସମିତି ଅଧ୍ୟକ୍ଷ ସୁରେଶ ଅଗ୍ରୱାଲ ନିଜର ସ୍ବାଗତ ଅଭିଭାଷଣ ଏବଂ ସମିତିର ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ସଭାକାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ପ୍ରଦ୍ବିପ ପ୍ରଜ୍ଜ୍ୱଳନ କରିବା ପରେ ପରିଷଦ ଗୀତ ଗାନ କରାଯାଇଥିଲା। ସଭାକାର୍ଯ୍ୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ଵର୍ଣୀମ ଜୟନ୍ତୀର ଥିମ୍ ସଙ୍ଗୀତ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ବର୍ଗତ ସମୀର ରାଉତଙ୍କ ପ୍ରଦର୍ଶନୀ ଗୃହ ଅତିଥି ମାନେ ପରିଭ୍ରମଣ କରିଥିଲେ। ସେହିପରି ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ବର୍ଗତ ନିର୍ମଳ ଷଡ଼ଙ୍ଗୀଙ୍କ ନାମରେ ଭଜନ ମଣ୍ଡପଗୃହକୁ ନାମିତ କରାହୋଇଥିଲା I ଉକ୍ତ ଉଦ୍ଘାଟନ ଉତ୍ସବରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ସମେତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ,ବିଜେପି ଓଡ଼ିଶାର ମୁଖପାତ୍ର ଧିରେନ୍ ସେନାପତି, ଓଡ଼ିଶାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ସ୍ଵଂୟ ସେବକ ସଂଘର ଡ ସନାତନ ପ୍ରଧାନ, ବିଜେପି ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ଭାରତୀୟ ମଜଦୂର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ହିମାଂଶୁ ବଳ ପ୍ରମୁଖ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର କ୍ଷେତ୍ରୀୟ ସହ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ ଯୋଗ ଦେଇ ପ୍ରାଧ୍ୟାପକ ଯଶୋବନ୍ତ ରାଓ କେଲକରଙ୍କ ଜୀବନୀ ଏଵଂ କାର୍ଯ୍ୟ ପଦ୍ଧତି ବିଷୟବସ୍ତୁ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥି ସହିତ ଆଗାମୀ ଦିନରେ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ କିଭଳି ସୁଚାରୁ ରୁପେ ହୋଇ ପାରିବ ସେଥି ପାଇଁ ସମସ୍ତେ ତତ୍ପର ହେବାକୁ ଆହ୍ଵାନ ଦେଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯୟକ୍ରମରେ ୧୪ ଜିଲ୍ଲାରୁ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ୧୦୦ ରୁ ଉର୍ଦ୍ଧ ସଂଖ୍ୟାରେ ଅଧ୍ୟାପକ ଅଧ୍ୟାପିକା ସକ୍ରିୟ ଅଂଶଗ୍ରଣ କରିଥିଲେ। ସମଗ୍ର କାର୍ଯକ୍ରମକୁ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ପଣ୍ଡା, ରାଷ୍ଟ୍ରୀୟ ଜନଜାତି କାର୍ଯ୍ଯ ପ୍ରମୁଖ ପ୍ରମୋଦ ରାଉତ, ବିଭାଗ ସଙ୍ଗଠନ ସମ୍ପାଦକ ଜୀବନ ଜ୍ୟୋତି ରାଉତ ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଅଧ୍ୟାପକ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅଧିବେଶନ ଆଗାମୀ ୩ ଦିନ ଯାଏଁ ଚାଲିବ ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ମାଧ୍ୟମରେ ସେଗୁଡ଼ିକର ସଫଳ ରୂପାୟନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯିବ।
ସ୍ୱର୍ଣୀମ ଜୟନ୍ତୀ ଉତ୍ସବ ଓ 3 ଦିନିଆ ରାଜ୍ୟ ଅଧିବେଶନ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ
ବାଲିଅନ୍ତା,୧୬|୩():ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କୃପାଜଳ ଇଞ୍ଜିନିୟର କଲେଜ(କେଇସି) ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାତଃଭ୍ରମଣ କରୁଥିବା ୨ ମହିଳା ସମେତ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଆହତ ହୋଇଛନ୍ତି
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ
କଳାହାଣ୍ଡି,୧୬|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି ।'କମ୍ପାନୀ ଦଲାଲ’ ସନ୍ଦେହରେ ଜଣେ ବ୍ୟକ୍ତି ଙ୍କ ଉପରେ ହୋଇଥିବା
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା "ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ
ମା’ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ
ଚିଲିକା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା'ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଚାରିମାସ ପରେ ଖୋଲାଯାଇଅଛି । ସକାଳ ୧୦ ଘଟିକା ସମୟରେ ମା'ଙ୍କ ପାଖରେ ଧୂପଦୀପଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ତରଫରୁଚାନ୍ଦବାଲି ବ୍ଲକ ଅଧିନରେ ନୟାଧାମରାଗ୍ରାମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ
ଚାନ୍ଦବାଲି ;- ୧୫/୦୩ ମି.ଏଜ୍ (ଡଃ ଦୀପକ ରଂଜନ ବେହେରା ) ଆଜି ସକାଳ ୯ଘଟିକା ସମୟରେ ଚାନ୍ଦବାଲିରେ ଥିବା ନୟାଧାମରା ଗ୍ରାମରେ ଆସନ୍ତୁ ଗଢିବା ସଂସ୍କାରବାନ ପିଢି କାର୍ଯ୍ୟକ୍ରମରେ ଗର୍ଭସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଉଛି | ଉକ୍ତ ଗର୍ଭସଂସ୍କାର କାର୍ଯ୍ଯକ୍ରମରେ
ଆଜି ରାଜ୍ୟସଭା ନିର୍ବାଚନ
ଭୁବନେଶ୍ୱର ସୋମବାର ରାଜ୍ୟସଭା ନିର୍ବାଚନ । ବିଧାୟକମାନେ ଭୋଟ ଦେଇ ଓଡ଼ିଶାରୁ ୪ଜଣଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ । କିନ୍ତୁ ୪ଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ରହିଥିବାରୁ ସବୁ ଦଳର ମୁଖିଆଙ୍କୁ ଘାରିଛି ଭୟ । କ୍ରସ ଭୋଟିଂ,
୨ ମୃତ, ୨୦ରୁ ଅଧିକ ଆହତ ବାରିପଦା
ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ବ୍ଲକର କିଛି ଗ୍ରାମରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ, ଘୁର୍ଣ୍ଣିଝଡ ସହିତ କୁଆପଥର ମାଡ଼ ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିବା ର
ବଉଳାବନ୍ଧରେ ଏକାଦଶ ଦୋଳ ମେଳଣ ସମାପନ।
ଚିଲିକା- ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମଠାରେ ଆଜକୁ ୪୬ ବର୍ଷ ଧରି ଏକାଦଶ ଦୋଳ ମେଳଣ ଅନୁଷ୍ଠିତ ହେଉଅଛି । ଏହା କେବଳ ବଉଳାବନ୍ଧ ଗ୍ରାମର ଠାକୁରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ l ଦଶମୀ
ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ -୨୦୨୬ ଅନୁଷ୍ଠିତ
ବାଲିଅନ୍ତା,୧୫|୩):ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
ଡିଭିଜନାଲ୍ କମିଟି ସଦସ୍ୟ ନକୁଳଙ୍କ ସମେତ ୧୧ ଜଣ ମାଓବାଦୀ ଓଡ଼ିଶା ପୋଲିସ ସମ୍ମୁଖରେ କଲେ ଆତ୍ମସମର୍ପଣ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ୧୧ ଜଣ କଠୋର ମାଓବାଦୀ ଆନୁଷ୍ଠାନିକ ଭାବରେ ଶ୍ରୀ ୱାଇ.ବି. ଖୁରାନିଆ, ଡିଜିପି ଓଡ଼ିଶା, ଶ୍ରୀ ସଞ୍ଜିବ ପଣ୍ଡା, ଆଇପିଏସ୍, ଏଡିଜି (ନକ୍ସଲ ବିରୋଧୀ
ଧୂଆଁଳ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’
ଚିଲିକା : ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୂଆଁଳ ଠାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଚିଲିକା ବ୍ଲକ ଗୋଷ୍ଠୀ
ଜିଭ କାଟି ଯୁବକ କୁ ନିର୍ମମ ହତ୍ୟା
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଯୁବକକୁ ଜିଭ କାଟି ହତ୍ୟା ପରେ ଅଭିଯୁକ୍ତ ହତ୍ୟାକାରୀ ଫେରାର |ଏମିତି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟମାଲ କୁରସୁଡ ମୁଖ୍ୟ ରାସ୍ତାରେ । ମୃତକ ହେଉଛନ୍ତି କଣ୍ଟାମାଲ ଗାଁ ର
ଶ୍ରୀ ସତ୍ୟସାଇ ସଂଗଠନର ଜିଲ୍ଲା ସମ୍ମିଳନୀ
ଚିଲିକା- ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ସତ୍ୟସାଇ ସେବା ସଂଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ୧୫ ତାରିଖ ରବିବାର ଦିନ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ସେବା ସମିତି ଠାରେ
ବଜାରରୁ ଜଳଖିଆ ଦୋକାନ ଉଭାନ ! ଗ୍ରାହକ ଅସନ୍ତୋଷ
ଭୁବନେଶ୍ୱର ପ୍ରାଚ୍ୟରେ ଚାଲିଛି ଯୁଦ୍ଧ ଆଉ ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି । ବିଶେଷ କରି ଏଲପିଜି ର ଘୋର ଅଭାବ ସବୁଠି ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ୟାସର ଅଭାବକୁ ଖଣ୍ଡନ କଲେ ମଧ୍ୟ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଅଞ୍ଚଳର ବିଭିନ୍ନ ବ୍ରାହ୍ମଣ ଶାସନମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀଚ଼ନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତିର ପ୍ରଥମ ବୈଠକ ୧୫ ତାରିଖ ରବିବାର ଦିନ ଭବାନୀପୁର ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ
ଖାର୍ଗ ହମ୍ଲା ପରେ ରକ୍ତମୁଖା ଇରାନ
ନୂଆଦିଲ୍ଲୀଇରାନର ଆର୍ଥôକ ମେରୁଦଣ୍ଡ ଭାବେ ପରିଚିତ ଖାର୍ଗ ଦ୍ୱୀପରେ ଆମେରିକା ବୋମା ମାଡ଼ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ରକ୍ତମୁଖା ହୋଇ ଉଠିଛି ତେହରାନ । ଆଜି ଇରାନ ପକ୍ଷରୁ ଗଲ୍ଫ ଦେଶରେ ଥିବା ଆମେରିକାର ବେସ୍
ଅସହ୍ୟ ତାତିରେ ଜଳୁଛି ଧର୍ମଗଡ କେବେ ଆରମ୍ଭ ହେବ ଜଳଛତ୍ର:ବାଟୋଇ ପିଇବା ପାଣି ପାଇଁ ଡହଳ ବିକଳ ଜଳ ଛତ୍ର ଖୋଲିବା ପାଇଁ ଦାବି
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ମାର୍ଚ୍ଚ ମାସ ଆରମ୍ଭ ରୁ ଗ୍ରୀଷ୍ମ ପ୍ରବାହ ପାରଦ ୪୦ କୂ ଛୁଇଁଲାଣି।ପ୍ରବଳ ଖରା ଯୋଗୁ ମଣିଷ ଠାରୁ ପଶୁପକ୍ଷୀ ହନ୍ତସନ୍ତ | ସାଧାରଣ ଭାବେ ମାର୍ଚ୍ଚ ମାସ ମଧ୍ୟରେ ବିଗତ ବର୍ଷ ମାନଙ୍କରେ ପାରଦ ୩୨
ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ,ନଷ୍ଟ ହେଉଛି ମୂଲ୍ୟବାନ ଗଛ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ।ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଞ୍ଚଳରେ ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଜନ ଜୀବନ ପ୍ରଭାବିତ
ବିମଳା ପୋଖରୀରୁ ମିଳିଲା ମଣିଷ ଜଙ୍ଘ
କଳାହାଣ୍ଡି,୧୫|୩(-ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଳା ବାଗବନ୍ଧ ପୋଖରୀରୁ ଗଳିତ ମଣିଷ ଜଙ୍ଘ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ
ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ
କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଶୁକ୍ରବାର ତାଙ୍କ ରାୟ
Politics
ସଶକ୍ତ ଓଡିଶା ପକ୍ଷରୁ ପ୍ରତିବାଦ ସଭା ସହିତ ସ୍ମାରକପତ୍ର ପ୍ରଦାନ
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
Entertainment
ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ