ହୋଲିରେ ରାଜ୍ୟର ୪୫ଟି ସିନେମା ହଲରେ ମୁକ୍ତିଲାଭ କରିବ ଘମାଘୋଟ୍‌

ଭୁବନେଶ୍ୱର: ପବିତ୍ର ହୋଲି ଉପଲକ୍ଷେ ରାଜ୍ୟର ପ୍ରାୟ ୪୫ଟି ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ନୂତନ ଆକ୍ସନ୍ ଭିତ୍ତିକ ଓଡ଼ିଆ ଫିଲ୍ମ ଘମାଘୋଟ୍‌। ଗୁରୁବାର ଏହାର ସ୍ୱତନ୍ତ୍ର ପ୍ରିମିୟର କଟକର ବୃନ୍ଦାବନ ଟକିଜ୍ ଏବଂ ଭୁବନେଶ୍ୱରର ମହାରାଜା ସିନେମା ହଲରେ ହେବାକୁ ଯାଉଛି ବୋଲି ବୁଧବାର ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ପ୍ରେସ୍ ମିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ନିର୍ଦ୍ଦେଶିତ ରାଜା ଡିଙ୍କ ଏବଂ କୌସ୍ତଭ ଡ୍ରିମୱାର୍କ୍ସ ଷ୍ଟୁଡିଓ ଦ୍ୱାରା କୌଶିକ ଦାସଙ୍କ ପ୍ରଯୋଜିତ ଏହି ଭିନ୍ନ ଧରଣର ଚଳଚ୍ଚିତ୍ରଟି ଆକ୍ସନ୍‌, ଡ୍ରାମା ଏବଂ ଏକ ଆକର୍ଷଣୀୟ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା କୁହାଯାଇଛି। ନିର୍ଦ୍ଦେଶକ କହିଛନ୍ତି ଯେ ଏହା ଏକ ଭିନ୍ନ ତଥା ନିଚ୍ଛକ ଓ ସ୍ୱତନ୍ତ୍ର କାହାଣୀକୁ ନେଇ ପର୍ଯ୍ୟବେସିତ ହୋଇଥିବାବେଳେ ସିନେ ପ୍ରେମୀଙ୍କୁ ବାନ୍ଧି ରଖିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସମସ୍ତ କଳାକାରମାନଙ୍କ ନିଖୂଣ ଅଭିନୟ ଏଥିରେ ଦେଖିବାକୁ ପାଇବା। ସମସ୍ତ କଳାକାର ଏଥିରେ ଖୁବ୍ ଭଲ କାମ କରିଥିବା କହିଛନ୍ତି। ଏହି ଫିଲ୍ମରେ ଅଭିଷେକ ପଣ୍ଡା, ଦୀପକ ପରିଡା, ବିଶ୍ୱଜିତ୍ ରାଉତ, ଆକାଶ ହୋତା, ଆକାଶ ରାଉତ୍‌, ସନ୍ଦୀପ ମିଶ୍ର, ସନୋଜ କୁମାର, ଗୋଲ୍ଡି ଦାସ, ଶକ୍ତି, ରାଜେଶ କୁମାର ସାହା, ତପୀ ମିଶ୍ର, ଆଇମନ୍ ପ୍ରଧାନ, ଶୈଳେନ୍ଦ୍ର ସାମନ୍ତରାୟ ଏବଂ କ୍ରିଷ୍ଣା କର ପ୍ରମୁଖ ଅଭିନୟ କରିିଥିବା ଦେଖିବାକୁ ପାଇବେ। ନିର୍ମାତା ଦାସ କହିଛନ୍ତି, “ଘମାଘୋଟ୍ ରେ, ଆମେ କିଛି ଭେଟେରାନ୍‌ଙ୍କ ସହିତ ଏକ ନୂଆ ପ୍ରତିଭାଙ୍କୁ ମଧ୍ୟ ଏହି ଫିଲ୍ମରେ ଅଭିନୟ ସୁଯୋଗଦେଇଛୁ। ତେବେ ଏହି ଫିଲ୍ମ ଟି ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page