୨ୟ ନାଗପୁର କ୍ରିକେଟ୍ ଟ୍ରୁନାମେଣ୍ଟ

ବାଲିଅନ୍ତା ୦୨/୦୨: ବାଲିଅନ୍ତା ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ୨ୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟ୍ରୁନାମେଣ୍ଟ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ସମାଜ ସେବୀ ଭାବରେ ବିକ୍ରମ୍ କେଶରୀ ମହାନ୍ତି, ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ୍.ସି. ସି ର ଉପଦ୍ଦେଷ୍ଟା ଚକ୍ରଧର ନାୟକ, ସଭାପତି ରଞ୍ଜିତ କୁମାର ମହାରଣା, ସୁଦର୍ଶନ ଦାରୁ କମିଟି , ସଭାପତି ରଞ୍ଜିତ କୁମାର ସାହୁ , ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁ, ବିଜେପି କର୍ମୀ ବିଜୟ କୁମାର ମହାରଣା, ସମାଜ ସେବୀ କିଶୋର ଚନ୍ଦ୍ର ମହାରଣା, ଆଇନ୍ ଜିବୀ ପ୍ରତୀକ ସାମନ୍ତରାୟ, କମଳକାନ୍ତ ଜେନା ପ୍ରମୁକ ଅତିଥି ଭାବେ ଯୋଗଦେଇ ଫିତା କାଟି ମ୍ୟାଚ୍ ଟିକୁ ଉଦଘାଟନ କରିଥିଲେ। ଏଟିସି ପୁରୀ ବନାମ ଅଭୟ ଫାଇଟର ମଧ୍ୟରେ ପ୍ରଥମ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଏଟିସି ପୁରୀ ଟଚ୍ ଜିତି ପ୍ରଥମ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା। ଏହାପରେ ଅଭୟ ଫାଇଟର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ୍ ହରାଇ୧୧୨ ରନ୍ କରିଥିଲା। ରଞ୍ଜନ ମୁଦୁଲିଙ୍କ ବିଷ୍ଫରକ ବ୍ୟାଟିଂ ୨୩ ବାଲରେ ଅତିରିକ୍ତ ୫୩ ରନ୍ କରିଥିଲେ। ପରେ ଏହାର ଜବାବରେ ଏଟିସି ପୁରୀ ନିର୍ଦ୍ଧାରିତ ୧୦ ଓଭରରେ ତାରା ସମସ୍ତ ୱିକେଟ ହରାଇ ୫୧ ରନ୍ କରି ପରାଜୟର ସ୍ଵାଦ ଚାଖି ଥିଲା। ୬୧ରନରେ ବିଜୟୀ ଅଭୟ ଫାଇଟର ଟିମର ରଞ୍ଜନ ମୁଦୁଲିଙ୍କୁ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି ଦ୍ୱିତୀୟ ଲିଗ୍ ମ୍ୟାଚରେ ରୟାଲ ଆଇସିଆର୍ ଭୁବନେଶ୍ୱର ବନାମ ହାଇଟେକ୍ ଏଲେଭେନ ଟିମ୍ ମ୍ୟାଚ୍ ମଧ୍ୟରେ ଖେଳା ଯାଇଥିଲା ।ରୟାଲ ଆଇସିଆର୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ବିଶିଷ୍ଟ ମ୍ୟାଚରେ ୧୦ ୱିକେଟ୍ ହରାଇ ୭୬ ରନ୍ କରିବାରେ ସକ୍ଷମ ହୋଇଥିଲେ। ବିଜୟ ହାସଲ ପାଇଁ ହାଇଟେକ୍ ଏଲେଭେନ ଟିମ୍ ମ୍ୟାଚ ଟିକୁ ଶେଷ ଓଭର ପର୍ଯ୍ୟନ୍ତ ଖେଳି ୯ ୱିକେଟ ହରାଇ ୭୮ ରନ୍ କରି ଏକ ୱିକେଟ୍ ରେ ମ୍ୟାଚଟି ଜିତି ଯାଇଥିଲେ। ବିଜୟୀ ଟିମର ସାଗର ୨୦ ବାଲରେ ସର୍ବାଧିକ ୩୦ କରି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ। ଏହି ଟ୍ରୁନାମେଣ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଟ୍ରୁନାମେଣ୍ଟ ରେ ବରିଷ୍ଟ ପୋଲିସ ଅଧିକାରୀ, ସାମ୍ବାଦିକ ଏବଂ ଆଇନୀଜୀବି ମାନେ ପ୍ରତିଦିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ରେ ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶା ପୁଲିସ୍ ସହିତ ମିଡିଆ ଏକ୍ସ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଖେଳାଯିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page