ଦେବାଶିଷ ନାୟକ ଓ ନିହାର ମହାନନ୍ଦ ବିଜେପିରେ ସାମିଲ

ଭୁବନେଶ୍ୱର: କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ । ସେ ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି । ବିଜେପିରେ… Continue reading ଦେବାଶିଷ ନାୟକ ଓ ନିହାର ମହାନନ୍ଦ ବିଜେପିରେ ସାମିଲ

ବୀରମହାରାଜପୁର ଏନ୍ଏସି ଘୋଷିତ

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି । ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ… Continue reading ବୀରମହାରାଜପୁର ଏନ୍ଏସି ଘୋଷିତ

ଦ୍ୱାରକାରେ ବୁଡ଼ ପକାଇଲେ ମୋଦି

ଦ୍ୱାରକା: ଗୁଜରାଟର ଦ୍ୱାରକାରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମୁଦ୍ର ଭିତରକୁ ଯାଇ କରିଛନ୍ତି ପୂଜାର୍ଚ୍ଚନା । ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ତାଙ୍କୁ ମୟୂର ପୁଛ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୁଦ୍ର ଭିତରେ ଏଭଳି ପୂଜା କରିବା ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।କୁହାଯାଏ ଦ୍ୱାପର… Continue reading ଦ୍ୱାରକାରେ ବୁଡ଼ ପକାଇଲେ ମୋଦି

ଆମ ସନାତନ ପରମ୍ପରା ଓ ବେଦର ବିକଳ୍ପ ନାହିଁ: ଗବେଷିକା ମମତା ମହାନ୍ତି

ଭୁବନେଶ୍ୱର,୨୬.୨.୨୦୨୪: ‘ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍’ ପକ୍ଷରୁ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବେଦ ଗବେଷିକା ତଥା ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କୁ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଓ ବରେଣ୍ୟ ଅତିଥି ସଂସ୍କୃତି ପୁରୁଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ପାଇ ଗବେଷିକା ଶ୍ରୀମତୀ ମହାନ୍ତି ମତବ୍ୟକ୍ତ କରିଥିଲେ ଯେ, ସନାତନ ପରମ୍ପରା, ମାତୃଭାଷା ଓ ବେଦର କୌଣସି ବିକଳ୍ପ ନାହିଁ । ଆଧ୍ୟାତ୍ମିକତା ଓ… Continue reading ଆମ ସନାତନ ପରମ୍ପରା ଓ ବେଦର ବିକଳ୍ପ ନାହିଁ: ଗବେଷିକା ମମତା ମହାନ୍ତି