ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟିପଡ଼ୁ

ଭୁବନେଶ୍ୱର: ୟୁନିଟ-୮ ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଧାଡ଼ିରେ ଠିଆ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛନ୍ତି । ରାଜଧାନୀରେ ବର୍ତମାନ ୪୩ଡିଗ୍ରୀରୁ ଅଧିକା ତାପମାତ୍ରା ରହୁଥିବାବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମହାନଗର ନିଗମ ଓ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ଦୃଷ୍ଟିନିଖେପ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ରିପୋର୍ଟ: ଉତ୍କଳ ବୁଲେଟିନ

ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାନସଭା ପାଇଁ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି I ବିଧାନସଭାରେ ହେବାକୁ ଥିବା ନିର୍ବାଚନରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମାତ୍ର ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି । ସୁରକ୍ଷା… Continue reading ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପହଞ୍ଚିଛି। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୁଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ। ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ… Continue reading ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର: ଅନ୍ଧାରୁଆ ନିକଟସ୍ଥ ଦାସପୁର ମୌଜା ତଳସାହି ଠାରେ ବିଶ୍ୱଶାନ୍ତି, ମୈତ୍ରୀ, ଭାତୃଭାବ ନିମିତ ବ୍ରହ୍ମଲୀନ ବ୍ରହ୍ମଅବଧୂତ ଜୟକୃଷ୍ଣବାବାଙ୍କ ପୂର୍ବ ଆଦେଶ ଅନୁସାରେ ପ୍ରାର୍ଥର୍ନା, ପ୍ରଭୁ ନାମ, ଭଜନ ଗାୟନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ କାଳରେ ବାଲ୍ୟଲୀଳା ଅର୍ପଣ, ତତସହିତ ବାଲ୍ୟମହାପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଭଜନ କୀର୍ତ୍ତନ ଅନୁଷ୍ଠିତ ହେବା ସହିତ ବହୁ ମହିମାଧର୍ମୀ ସାଧୁସନ୍ନ୍ୟାସୀ, ଭକ୍ତବୃନ୍ଦ, ସ୍ଥାନୀୟ ଗ୍ରାମବାସୀ ଯୋଗଦାନ କରି ଅଲେଖ ପ୍ରଭୁ ପରଂବ୍ରହ୍ମଙ୍କ ଆଶିର୍ବାଦ… Continue reading ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

You cannot copy content of this page