ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

ବେତନଟୀ,୧୭।୧୨: ମୟୂରଭଞ୍ଜର ମହାରାଜା ସ୍ଵର୍ଗତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ସ୍ଥାନୀୟ ରେଳ ଷ୍ଟେସନ ଛକରେ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଆହ୍ଵାନରେ ମୟୂର ସାହିତ୍ୟ ସଂସଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଭକ୍ତଜୟନ୍ତୀ ପାଳନ କରାଯାଇଅଛି। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଚୂଡାମଣି ମହାପାତ୍ର ସଭାପତିତ୍ୱ କରିଥିଲେ। ସଭାର ଉଦ୍ଦେଶ୍ୟଜ୍ଞାପନ ସହ ସଂଯୋଜକ ଭାବେ ସଂପାଦକ ଆଡ଼୍‌ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ମହାରାଜାଙ୍କ ଗୁଣାବଳୀର ଉଚ୍ଚପ୍ରଶଂସା କରିଥିଲେ।ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରବୀନ୍ଦ୍ରନାଥ ମିଶ୍ର, ହରିଶଚନ୍ଦ୍ର ନନ୍ଦ… Continue reading ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

betanati kalavikash kendra annualday

ବେତନଟୀ ୧୭/୧୨: ବେତନଟୀ କଳା ବିକାଶ କେନ୍ଦ୍ର ୧୯୮୩ ମସିହାରେ ପ୍ରତିଷ୍ଠିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ପୁରାତନ ସାଂସ୍କୃତିକ ଅନୁଷ୍ଠାନର ୪୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠାନ ପରିସରରେ ୧୫/୧୨/୨୪ ରିଖ ରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ କୁ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଆନୁଷ୍ଠାନିକ… Continue reading ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

ଗ୍ରାମ ବିକାଶ ସଂସ୍ଥା ତରଫରୁ ଗ୍ରାମସ୍ତରୀୟ ଏକାଭିମୂଖୀତା ମେଳା ଅନୁଷ୍ଠିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୂଖିତା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ଵା‌ସ୍ଥ୍ୟ ଦିଗରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଗୀତାଞ୍ଜଳି ମାଝୀ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ… Continue reading ଗ୍ରାମ ବିକାଶ ସଂସ୍ଥା ତରଫରୁ ଗ୍ରାମସ୍ତରୀୟ ଏକାଭିମୂଖୀତା ମେଳା ଅନୁଷ୍ଠିତ

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାରର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2025 ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ 15 ରୁ 17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବକମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ… Continue reading କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

ଭିନ୍ନ ଏକ ମୀରା ଲୋକାର୍ପିତ

Book fair in Bhubaneswar

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଷଷ୍ଠ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଅବସରରେ କାବ୍ୟଲୋକ ପ୍ରକାଶନ ପକ୍ଷରୁ ଆୟୋଜିତ ହୋଇଥିବା ପୁସ୍ତକ ଲୋକାର୍ପଣ ଓ ସୃଜନ ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି I ଏହି ଅବସରରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ “ଭିନ୍ନ ଏକ ମୀରା ଗଳ୍ପ ସଂକଳନ “ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି I ମୁଖ୍ୟ ଅତିଥି ଭାବେ ଡ଼ଃ ହୃଷିକେଶ ମଲ୍ଲିକ, ବିଧାନସଭା ସଚିବ ସାହିତ୍ୟିକ, ଦାଶରଥି ଶତପଥି,… Continue reading ଭିନ୍ନ ଏକ ମୀରା ଲୋକାର୍ପିତ