ବିଧାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା୩|୧: ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ଆଜି ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ଖବରକାଗଜର ସମ୍ବାଦଦାତା ମାନେ ନୂତନବର୍ଷର ଅଭିନନ୍ଦନ ଜଣାଇବା ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି l ଏଥିସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କ ନିମନ୍ତେ ଏକ ଘର ଯୋଗାଇବା ପାଇଁ ଉପସ୍ଥିତ ସମ୍ବାଦଦାତା ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l… Continue reading ବିଧାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଗଣମାଧ୍ୟମ ପ୍ରତିନିଧି

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ

କଳାହାଣ୍ଡି,୩/୧/(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବଗାଡ଼ ମଣ୍ଡଳ ପକ୍ଷ ରୁ କୁର୍ଲୁପଡ଼ା ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ ହୋଇଯାଇଛି। ଏଥିରେ ଶିବ ପ୍ରସାଦ ସାହୁ ଙ୍କ ଆବାହକତ୍ବରେ ଉକ୍ତ ସଭା ଆହ୍ୱାନ କରାଯାଇଥିଲା। ମା ଚଣ୍ଡୀ ସମଲେଇଙ୍କ ପୂଜାର୍ଚନା ନେଗୀ ଓ ବେହେରା ଙ୍କ ଦ୍ୱାରା କରାଯାଇଥିଲା। ନେଗୀ କୋଦଣ୍ଡ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାଟି ଆରମ୍ଭ ହୋଇଥିଲା।ଏଥିରେ ଜିଲ୍ଲା ଉପସଭାପତି ଯୁବରାଜ ସାହୁ… Continue reading ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଯୁବ ସଂଗଠନ ଗଠିତ

କ୍ରାନ୍ତିଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ୧୯୫ ତମ ଜନ୍ମବାର୍ଷିକୀ ପାଳିତ‌

କଳାହାଣ୍ଡି,୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜ୍ଞାନ ଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେ ଙ୍କ ୧୯୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଓଏସସିଏଫ୍ ର ମହିଳା ଶାଖା ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍ କଳାହାଣ୍ଡି ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ହଳଧର ନିଆଲ, ଭନ୍ତେ ଜୀ… Continue reading କ୍ରାନ୍ତିଜ୍ୟୋତି ତଥା ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଈଫୁଲେଙ୍କ ୧୯୫ ତମ ଜନ୍ମବାର୍ଷିକୀ ପାଳିତ‌

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

କଳାହାଣ୍ଡି, ୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୟାଳିଶି ତମ ବାର୍ଷିକ କ୍ରୀଡା ଉଦଯାପିତ ହେଇଯାଇଛି ଉଦ୍ଘାଟନୀ ଉତ୍ସବରେ ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷା ଜୁନାଗଡ ବ୍ଲକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଭାରେ ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅରୁପl ନନ୍ଦ ନାଗ, ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ପ୍ରାଧ୍ୟାପିକା ସାଗରିକା ଦାସ,… Continue reading ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

୩୧ତମ ବେତନଟୀ ଧମାକା ମହୋତ୍ସବ ପାଳିତ

ବେତନଟୀ: ପ୍ରତ୍ୟେକ ବର୍ଷପରି ଏହିବର୍ଷ YMA ପାଳିଚି ଧମାକା ମହୋତ୍ସବ, ବିଗତ ବର୍ଷ କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି, ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ସେମାନଙ୍କର ଅନ୍ତରର କଳା କୁ ପରିସ୍ପୁଟିତ କରିଥିଲେ। ଦୁଇ ତାରିଖ ଦିନ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଭାରତୀ ହାଁସଦା, ବଡ଼ସାହି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ… Continue reading ୩୧ତମ ବେତନଟୀ ଧମାକା ମହୋତ୍ସବ ପାଳିତ

ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

କଳାହାଣ୍ଡି,୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ କ୍ରାନ୍ତୀଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ ହୋଇ ଯାଇଛି । ଆଜି ମାଁ ଲଙ୍କେଶ୍ୱରି ମନ୍ଦିରର ଠାରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି… Continue reading ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ସାହିତି୍ୟକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ

ପୁରୀ,୩.୧.୨୦୨୫: ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ମହୋସôବ ୨୦୨୫ ପୁରୀସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡ. ତି୍ରଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶଶଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଇନଜୀବୀ କେଶବ ଚନ୍ଦ୍ର ରାଉତ, ବ୍ୟଙ୍ଗ କବି ସଂପଦ କୁମାର ରଥ ଉପସ୍ଥିତ ରହିବା ସହ ଉତ୍କଳର କଳା, ସଂସ୍କୃତିକୁ ଆଗେଇ ନେବା ଓ ନୂତନ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ… Continue reading ସାହିତି୍ୟକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ

ସମାଜସେବାରେ ପ୍ରଦୀପ କୁମାର ବାରିକଙ୍କୁ ଡକ୍ଟରେଟ୍ ସମ୍ମାନ

ଖୋର୍ଦ୍ଧା,୩.୧.୨୦୨୫: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଗୋପୋଳପୁର ପଂଚାୟତର ସରଂଚପ ତଥା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯାଇଛି । ଆମେରିକାନ ମେରିଟ୍ କାଉନସିଲ୍ ଦ୍ୱାରା ପୁରୀ ଟାଉନ ହଲ ଠାରେ ୱାର୍ଲଡ୍ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ବାରିକ ବୋଲଗଡ଼ ବ୍ଲକ୍ର ବିଭିନ୍ନ ସମାଜସେବା, ଅସହାୟଙ୍କ ସେବା, ବୃକ୍ଷରୋପଣ, ଜନସଚେତନତା ଆଦି ବହୁ ସାମାଜିକ କାର୍ଯ୍ୟ… Continue reading ସମାଜସେବାରେ ପ୍ରଦୀପ କୁମାର ବାରିକଙ୍କୁ ଡକ୍ଟରେଟ୍ ସମ୍ମାନ

ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

ଗୋଲାମୁଣ୍ଡା,୨/୧/୨୫/( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ୨୦୨୫ ଉତ୍ସବ ନିମନ୍ତେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା କୁ ନେଇ ଓ ସବୁଜ ସଙ୍କେତ ଦେଇ ପ୍ରଚାର ପ୍ରସାର ପାଇଁ ରଥ ଗଡୁଛି ।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ସବୁଜ ପତାକାରେ ସଙ୍କେତ ଦେଇ ଥିବା ବେଳେ ସଂଯୋଜକତଥା ବିଡ଼ିଓ ଶ୍ରୀ ଯୁକ୍ତ ଶ୍ରୀଧର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ ପ୍ରମୁଖ ଓ ବହୁ… Continue reading ଗୋଲାମୁଣ୍ଡା ବ୍ଲକ ରେ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଚାର ରଥ

You cannot copy content of this page