ପାଇକ କବି କୃଷ୍ଣ ଚ଼ନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଚିଲିକା,୨୧।୧: ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସାଧକ ଏବଂ ସର୍ବଶ୍ରେଷ୍ଠ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ,ସମଗ୍ରଓଡ଼ିଶାରେ ପାଇକ କବି ଭାବରେ ପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତ୍ରୀ ସମାରୋହ ଜନ୍ମମାଟି ଭୀମପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ୱର ଓ କବିଙ୍କ ନାମରେ ନାମିତ କୃଷ୍ଣଚନ୍ଦ୍ରପାଠାଗାର ଭୀମପୁରଙ୍କ ମିଳିତ ଆନୁକୂଲ୍ୟରେ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦଚନ୍ଦ୍ରସେନାପତି ସଭାପତିତ୍ଵ… Continue reading ପାଇକ କବି କୃଷ୍ଣ ଚ଼ନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

‘ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ

ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜନ୍ମ ବାର୍ଷିକ ଉତ୍ସବ ଆୟୋଜିତ କଳାହାଣ୍ଡି, ୨୧/୧(ପ୍ୟାରିଲାଲ ଦୁର୍ଗା):-ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ। ସାଧନାରେ ନିମଗ୍ନ ରହିଲେ ସଫଳତା ମିଲିଥାଏ। ଏକଥାକୁ ପ୍ରମାଣିତ କରିଛନ୍ତି ପ୍ରଫେସର ଭୁବନେଶ୍ବର ବେହେରା। ବୃତ୍ତିରେ ଇଞ୍ଜିନିୟର, କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅନନ୍ୟ ଆକର୍ଷଣ କୋଉଠି ନା କୋଉଠି ଲୁଚି ରହିଥିଲା। ସେଥ‌ିପାଇଁ ତ ୫୫ ବର୍ଷରେ ମଧ୍ୟ ସାହିତ୍ୟ ମନସ୍କ ହୋଇ ଉଚ୍ଚାଙ୍ଗ ଗଦ୍ୟ ସାହିତ୍ୟ ସୃଷ୍ଟି କରି… Continue reading ‘ସାହିତ୍ୟ ସାଧନା ପାଇଁ କୌଣସି ବୟସ ନଥାଏ

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଏକାଠି ହେଲେ ୧୧ ପଞ୍ଚାୟତ ର ଲୋକେ | କଳାହାଣ୍ଡି, ୨୧/୧(ପ୍ୟାରିଲାଲ ଦୁର୍ଗା):-କଳାହାଣ୍ଡି ଜିଲ୍ଲା ର ଦଣ୍ଡପାଟ ଅଞ୍ଚଳ ବେହେରା କୁ ସ୍ଵତନ୍ତ୍ର ଦଣ୍ଡପାଟ ବ୍ଲକ ଘୋଷଣା ଦାବିରେ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି। ଗୋଡଭଞ୍ଜା ଗୋଲେଇ ଛକ ରୁ ଧର୍ମଗଡ଼ ସହର ଯାଏଁ ଏକ ବିରାଟ… Continue reading ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା

ସୁନାଖଳା ଠାରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠା ଉତ୍ସବ ପାଳିତ

ଚିଲିକା,୨୧।୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ସ୍ଥିତ ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଶ୍ରୀ ଆରବିନ୍ଦଙ୍କ ପବିତ୍ର ଦେହାଶ ପ୍ରତିଷ୍ଠାର ୧୫ତ୍ତମ ବାର୍ଷିକ ସ୍ଥାପନ ଦିବସ ପାଳିତ ହୋଇଯାଇଅଛି।ପ୍ରଥମେ ପୂର୍ବାହ୍ନରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଆଶ୍ରିତମାନଙ୍କ ଦ୍ୱାରା ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଲାନ କରାଯାଇଥିଲା।ଏହାକୁ ଉତ୍ତୋଳନ କରିଥିଲେ ଚିଲିକାର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ । ଏହାପରେ ବନ୍ଦେମାତରମ୍ ଗାନ ହେବା ସହ ପବିତ୍ର ସମାଧି ପୀଠରେ… Continue reading ସୁନାଖଳା ଠାରେ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠା ଉତ୍ସବ ପାଳିତ

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୨୧।୧(ପ୍ୟାରିଲାଲ ଦୁର୍ଗା): ସାଧାରଣତନ୍ତ୍ର ପାଳନ ନିମନ୍ତେ ଧର୍ମଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି ପରିଚାଳନା ଆୟୋଜିତ ପ୍ରସ୍ତୁତି ବୈଠକରେ ଧର୍ମଗଡ ଭାରପ୍ରାପ୍ତ ଥାନା ଅଧିକାରୀ ଦାମୋଦର ବିହାରୀ, ଉପଖଣ୍ଡ ସୁଚନା ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଉପସ୍ଥିତ ଥିଲେ।ବୈଠକ ରେ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାପାଇଁ ନିଷ୍ପତି… Continue reading ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ବାଗତ ସମ୍ବଦ୍ଧନା

କଳାହାଣ୍ଡି ,୨୧/୧(ପ୍ୟାରିଲାଲ ଦୁର୍ଗା ):ଜୁନାଗଡ଼ ନଗର ବିଜେପି ଟରଫରୁ ରାଜ୍ୟସଭା ସାଂସଦ ସୁଜିତକୁମାରଙ୍କୁ ସ୍ଥାନୀୟ ହୋଟେଲ ଓରିଅନ ପରିସର ମଧ୍ଯରେ ଭବ୍ୟ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା I ଏବି ଅବସରରେ ନଗର ସଭାପତି ଶିବରାମ ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଅଜୟ ପାଣିଗ୍ରାହୀ,ପୁର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ସାଂସଦ ସୁଜିତ କୁମାର ଙ୍କୁ ନଗର ବାସୀଙ୍କ ତରଫରୁ ସ୍ବାଗତ ସମ୍ବଦ୍ଧନା ଦେବା ସହ ଜୁନାଗଡ଼ ସହରର… Continue reading ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ବାଗତ ସମ୍ବଦ୍ଧନା

You cannot copy content of this page