ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବମିଖାଲ ସ୍ଥିତ ବିର୍ସାମୁଣ୍ଡା ବସ୍ତିରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ବ ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସହ ଜଳ ସଚେତନତା ସମ୍ପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି, ସମ୍ମାନିତ ଅତିଥି ଭାବେ ମହିମା ସେବା ଫାଉଣ୍ଡେସନର ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆ ଉପସ୍ଥିତ ରହିବା ସହ 15ଟି ପରିବାରକୁ ବସ୍ତ୍ର ବଣ୍ଟନ କରିଥିଲେ l… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ବେତନଟୀ: ବେତନଟୀ ସ୍ଥିତ ବନ୍ଧନ କଲ୍ୟାଣ ମଣ୍ଡପ ରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ସକ୍ରୀୟ ସଦସ୍ୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ବେତନଟୀ ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ ପରିଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସବନା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଲୋକପ୍ରିୟ ବଡ଼ସାହି ବିଧାୟକ… Continue reading ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ବେତନଟୀରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ

ବେତନଟୀ: ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସରେ ବେତନଟୀର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାପୁରୁଷ ବା ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତିକୁ ଧୋଇବା ସହ ସେମାନଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟ ଏବଂ ଧୂପଦୀପଦାନ ଆଦି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମାଜସେବୀ ରବୀନ୍ଦ୍ର ନାଥ ମିଶ୍ର ଓ ଅରୁଣ କୁମାର ଓତାଙ୍କ ସଂଯୋଜନରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ,ସଦସ୍ୟାଗଣ ପ୍ରାତଃକାଳରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିଭିଲ ସୋସାଇଟି,… Continue reading ବେତନଟୀରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି,୨୨|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ… Continue reading ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବହୁ ଚର୍ଚ୍ଚିତ ମନୋଜ ହତ୍ୟାକାଣ୍ଡ, ଭୁବନେଶ୍ୱରରୁ ଅଭିଯୁକ୍ତ ବିଜୁ ସେଠ ଗିରଫ

ବଲାଙ୍ଗୀର: ବଲାଙ୍ଗିର ଗତ ଅପ୍ରେଲ ୧୩ ତାରିଖରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ସଂଧ୍ୟାରେ ମନୋଜ ନାଏକ ନାମକ ଜଣେ ବ୍ୟବସାୟୀକୁ ହାଣି ହତ୍ୟା କରାଯାଇଥିଲା । ସେହି ଘଟଣାରେ ଅଭିଯୁକ୍ତଥିବା ବିଷ୍ଣୁମୁଣ୍ଡା ଗାଁର ବିଜୁ ସେଠକୁ ଘଟଣାର ୯ଦିନ ପରେ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ଭୁବନେଶ୍ୱର ବାଲିଅନ୍ତା ଠାରେ ଏକ ନିର୍ମାଣକାରୀ ସଂସ୍ଥାରେ କାମ କରୁଥିବା ବେଳେ ବିଜୁକୁ ପୋଲିସ ଧରିଥିଲା । ପୂର୍ବରୁ ମନୋଜ ସହିତ ବିଜୁର ଶତୃତା ରହିଥିଲା । ମନୋଜର… Continue reading ବହୁ ଚର୍ଚ୍ଚିତ ମନୋଜ ହତ୍ୟାକାଣ୍ଡ, ଭୁବନେଶ୍ୱରରୁ ଅଭିଯୁକ୍ତ ବିଜୁ ସେଠ ଗିରଫ

ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର ୨୨/୦୪: ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ଯଥା ବଲାଙ୍ଗିର , ପାଟଣାଗଡ ,ଟିଟିଲାଗଡ ,କଣ୍ଟାବାଞ୍ଜି ,ଲୋଇସିଂହା ,ସଇଁତଳା ,ମୁରିବାହାଲ ଓ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ),ଚେକ ବାଉନ୍ସ ,ବ୍ୟାଙ୍କ ଋଣ ,ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ,ଶ୍ରମ ଓ ନିଯୁକ୍ତି ବିବାଦ ,ବିଦ୍ୟୁତ… Continue reading ଆସନ୍ତା ମଇ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଜେଲ ଗଲେ ସଂସ୍ଥାର ଦୁଇ କର୍ମଚାରୀବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭ଟି ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ମୋଟ ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାୟିତ୍ୱରେ ଥିବା ଏକ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ଗିରଫ କରି ମୁରିବାହାଲ ପୁଲିସ କୋର୍ଟ ଚାଲାଣ କରିଛି । ଜେଲ୍ ଯାଇଥିବା ଦୁଇ କର୍ମଚାରୀ ହେଲେ ଏହି ଥାନା ମାଳିଶିରା ଗ୍ରାମର ଚକ୍ରଧର ପୁଟେଲ(୩୨) ଓ ଦେଓଗାଁ ଥାନା କଛାରପାଲି ଗ୍ରାମର କନ୍ଦର୍ପ ସେଠ(୩୯) ।… Continue reading ଟିଟିଲାଗଡ ଅଞ୍ଚଳରେ ଚାଞ୍ଚଲ୍ୟ : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ଆଣି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

You cannot copy content of this page