ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

କୋକସରା:(ଚକ୍ରଧର ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତିଟି ବ୍ଳକ ଏବଂ ଜିଲ୍ଲା ମାନଙ୍କରେ ଜାତୀୟ ପଞ୍ଚାୟତ ରାଜ ଦିବସ ୨୪ ଅପ୍ରେଲ ଗୁରୁବାର ସରକାରୀ ସ୍ତରରେ ପାଳିତ ହୋଇ ଯାଇଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ଏହି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ କାଉଡୋଲା ପଞ୍ଚାୟତ ସରପଞ୍ଚ ଦେବି ସିଂ ତାଣ୍ଡି ଙ୍କୁ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ ପାଣ୍ଠି କୁ… Continue reading ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

ଭୁବନେଶ୍ୱର: ମହାରାଷ୍ଟ୍ର ର ପୁନେ ସ୍ଥିତ ଯାପୁର୍ଜା meuseum ଅଫ ଆର୍ଟ ଆଣ୍ଡ କଲ୍ଚର ଠାରେ, ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ର ନୃତ୍ୟାଙ୍ଗନା ମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ନୃତ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ ର ମଙ୍ଗଳାଚରଣ ରୁ ପରେ ପରେ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା , ଶେଷରେ ସମ୍ବଲପୁରୀ ନୃତ୍ୟ ରେ ରସରକେଲି, ଡାଲଖାଇ, ମହନି ଲଗିଛେ, ସମଲପୁରିଆ… Continue reading ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ

ବଲାଙ୍ଗିର,୨୬/୦୪ : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଛି | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକ, ମୁଖ୍ୟ ବକ୍ତା ଆଧ୍ୟାପକ ଶ୍ରୀ ସନ୍ଦୀପ କୁମାର କୁଅଁର, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର (ଯୋଜନା) ଶ୍ରୀ ସଞ୍ଜୟ କୁମାର ଦୀପ , ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର , ବୁଦ୍ଧିଜୀବି ନୀଳମଣି… Continue reading ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ

ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା

ବଲାଙ୍ଗିର, ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା । ତାଙ୍କ ନାଁ ସାରଦା କୁକ୍ରେଜା ହୋଇଥିବାବେଳେ ସେ ଠିକାଦାରପଡାରେ ପରିବାର ସହ ଦୀର୍ଘବର୍ଷ ହେଲା ରହୁଛନ୍ତି । ସାରଦାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ବଲାଙ୍ଗିରରେ ରହୁଥିବା ସାରଦା ଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ପାକିସ୍ତାନୀ ନାଗରିକ ସାରଦାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ I ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଭିସା ରଦ୍ଦ ହୋଇଛି I ତୁରନ୍ତ ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ… Continue reading ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା

ପହଲଗ୍ରାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, 25/04/25: ଜାମ୍ମୁ କାଶ୍ମୀର ର ପହଲ ଗ୍ରାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହିତ ଆତଙ୍କବାଦୀ ମାନଙ୍କୁ କଠୋର ଦଣ୍ଡବିଧାନ କରିବାକୁ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ରେ ସ୍ଥାନୀୟ ବୁଦ୍ଧ ମନ୍ଦିର ଗେଟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ ଭାରତ ସରକାର କରିବାକୁ ଅନୁଷ୍ଠାନ ପକ୍ଷରୁ… Continue reading ପହଲଗ୍ରାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ପହଲଗ୍ରାମରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର: ଦୁଃଖଦ ଘଟଣା ଘଟିଯାଇଥିବା କାଶ୍ମୀର ପହଲଗ୍ରାମରେ । ଆତଙ୍କୀମାନେ ହିନ୍ଦୁଙ୍କୁ ପଚାରି ପଚାରି ହତ୍ୟା କରି ମାରିଦେଲେ। ଏହାକୁ ଘୋର ନିନ୍ଦା କରାଯିବା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି। ତେବେ ଏହାକୁ ନେଇ ଭାରତ ସରକାର ମଧ୍ୟ ତା’ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଆତଙ୍କୀ ବନ୍ଧୁକ ମୂନରେ ମୃତ୍ୟୁବରଣ କରିଥିବା ନୀରିହ ଜନସାଧାରଣଙ୍କ ଆମାôର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ କୁରୁଣ୍ଟା ପଂଚାୟତ ଅନ୍ତର୍ଗତ ମିରିପୁର… Continue reading ପହଲଗ୍ରାମରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ଚିଲିଚିଲା ନାଗେଶ୍ୱର ଢାବାରେ ବେଆଇନ ବିଦେଶୀମଦ ବିକ୍ରିକୁ ନେଇ ଚଢ଼ାଉ

୨୯ ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ କଳାହାଣ୍ଡି, ୨୬|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସ ଙ୍କ ନେତୃତ୍ୱରେ ଧର୍ମଗଡ ନିକଟସ୍ଥ ଚିଲଚିଲା ଗ୍ରାମର ଏକ ଡାବାରେ ଚଢାଉ କରାଯାଇ ୧୧୯ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଉକ୍ତ ଡାବାରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ବିଦେଶୀ… Continue reading ଚିଲିଚିଲା ନାଗେଶ୍ୱର ଢାବାରେ ବେଆଇନ ବିଦେଶୀମଦ ବିକ୍ରିକୁ ନେଇ ଚଢ଼ାଉ

ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ

ବଲାଙ୍ଗିର: ବଲାଙ୍ଗିର ମିଶନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ପବିତ୍ର ବେହେରା,ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ ) ଡ଼ ସୁଧା ବାର୍ଲା, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପତ୍ର ଏବଂ ୟୁନିସେଫ କନ୍ସତାଂଣ୍ଟ ପ୍ରିୟବ୍ରତ ଦାସ, ଜିଲ୍ଲା… Continue reading ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ଲାଇବ୍ରେରୀ ହଲ୍ ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ବାର ହଲ୍ ଠାରେ ନୂତନ ଲାଇବ୍ରେରୀ ଓ ସଂଘ ର କାର୍ଯ୍ୟକାରୀ କମିଟିର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଏଥିରେ ବଲାଙ୍ଗିର ଜିଲ୍ଲା ଦୌରାଜଜ୍ ଡକ୍ଟର ପବିତ୍ର ମୋହନ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲାଇବ୍ରେରୀ ହଲ୍ ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ କାର୍ଯ୍ୟଳୟକୁ ଫିତା କାଟି ଉଦଘାଟନ କରିଥିଲେ l ଏହାଦ୍ୱାରା ଉଭୟ ଜୁନିୟର୍ ଓ ସିନିୟର଼୍… Continue reading ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ଲାଇବ୍ରେରୀ ହଲ୍ ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଜଣେ ଅଟୋ ଚାଳକ ବାଲଖମାରରୁ ଜଣେ ଯାତ୍ରୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିଲେ। ସେତିକିବେଳେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ଏକ ଗଛ ଭାଙ୍ଗି ଅଟୋ ଉପରେ ପଡିଥିଲା। ଫଳରେ ଯାତ୍ରୀଙ୍କ ସହ ଅଟୋ… Continue reading ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

You cannot copy content of this page