ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ଦସମାଣ ପାଟଣା ଗ୍ରାମ ପଞ୍ଚାୟତ ରେ ୧.୮ କୋଟି ବ୍ୟୟରେ ଗକଊ ଇକୋ କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କୁ ଆଜି ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି। ଏଥିପାଇଁ ଆୟୋଜିତ ଜନଶୁଣାଣୀ ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀଙ୍କୁ ସିଟ୍ ରେ ବସିବାପାଇଁ ଦେଇନଥିଲେ। ଜନଶୁଣାଣୀ ପାଇଁ ଲୋକଙ୍କ ଅଭିଯୋଗ… Continue reading ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ

ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ବାଲିଅନ୍ତା: ବାଲିଅନ୍ତା ବ୍ଳକ୍ ଚକ୍ରରାଜ ସୁଦର୍ଶନ ଦାରୁ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୋଇଥିବା ନୀତି ନିର୍ଘଣ୍ଟ ପ୍ରାତଃରେ ମଙ୍ଗଳାର୍ପଣ ଡୋରଲାଗି ଓ ପୃଷ୍ପାଞ୍ଜଳି ହୋଇ ପହଣ୍ଡିଆରମ୍ଭ ମଙ୍ଗଳ ଆଳତୀ ସକାଳ ୯.ଟାରେ ଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ,ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା,ବେଶଶେଷ ଜଳବିଜେ, ପୂଜା, ସ୍ନାନ,ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗାଲାଗି ବେଶ, ମଧ୍ୟାହ୍ନରେ ଛେରା ପହଁରା, ଅପରାହ୍ନ ରେ ହାତୀ (ଗଜ) ବେଷ,ମହନ୍ତଶାଢ଼ୀବନ୍ଧା,ଘଣ୍ଟଛତାସକାଳଧୂପ,ଦକ୍ଷିଣିଘର… Continue reading ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ

ଧଉଳି: ଭୁବନେଶ୍ଵର ଅନ୍ତର୍ଗତ ଧଉଳି ବୈରଙ୍ଗେଶ୍ଵର ମନ୍ଦିର ଓ ଦୟା ସେତୁ ନିକଟ ରେ ଧଉଳି ବିକାଶ ମଞ୍ଚ ତରଫରୁ ସଭାପତି ରବିନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମ ‘ରଜ ସମାରୋହ-୨୦୨୫’ ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହ ଉତ୍ସବ ଆସନ୍ତା ତା୧୪/୦୬/୨୦୨୫ ରୁ ତା ୧୬/୦୬/୨୦୨୫ ପର୍ୟ୍ୟନ୍ତ ଭୁବନେଶ୍ଵରସ୍ତୁ ଧଉଳି ବୈରଙ୍ଗେଶ୍ବର ମନ୍ଦିର ଓ ଦୟା ସେତୁ ନିକଟ ରେ ଅନୁଷ୍ଠିତ ହେବ ।… Continue reading ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ

ଓଡିଶ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ

ଢେଙ୍କାନାଳ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଗାଧୁଆ ଦେଖେ ସାରା ଦୁନିଆ । ଭାବବିନୋଦିଆଙ୍କ ଗାଧୁଆ ପର୍ବ ବା ସ୍ନାନ ଯାତ୍ରାକୁ ନେଇ ସବୁଠି ଭକ୍ତିର ପରିବେଶ । ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ସବୁଠି ଲୀଳାମୟ ଠାକୁରଙ୍କ ହୋଇଯାଇଛି ସ୍ନାନ ଯାତ୍ରା । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା, ଭୁବନ ବ୍ଲକ୍ ଅନ୍ତର୍ଗତ ଓଡିଶ ଗ୍ରାମ ଜଗନ୍ନାଥ ମନ୍ଦିରରେ ନୀତି ଅନୁଯାୟୀ ଠାକୁରଙ୍କ ସ୍ନାନ ଯାତ୍ରା ହୋଇଯାଇଛି । ଶଙ୍ଖ, ଘଣ୍ଟ, ଘଣ୍ଟା, ହୁଳହୁଳି ଓ ହରେକୃଷ୍ଣ ଧ୍ୱନିରେ… Continue reading ଓଡିଶ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ

ବିଶିଷ୍ଟ ଭେଷଜ ବିଶାରଦ ଡାକ୍ତର ସୁରେଶ ଚନ୍ଦ୍ର ଦାଶ ଙ୍କ ବିୟୋଗ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳିଭୁବନେଶ୍ୱର: ବିଶ୍ୱ ବିଖ୍ୟାତ ଭେଷଜ ବିଶାରଦ, ଅଖିଳ ଭାରତ ଆୟୁର୍ବେଦବିଜ୍ଞାନ ପ୍ରତିଷ୍ଠାତା,ନେଫରୋଲୋଜି ବିଭାଗ ର ମୁଖ୍ୟ,ତଥା କିମ୍ସ ହସ୍ପିଟାଲର ବରିଷ୍ଠ ପ୍ରଫେସର, ଡାକ୍ତର ସୁରେଶ ଚନ୍ଦ୍ର ଦାଶଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି l ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭିର ଶୋକ ବ୍ୟକ୍ତ କରିବା ସହିତ ମତବ୍ୟକ୍ତ କରିଥିଲେ ଯେ ଡାକ୍ତର ଦାଶ ଥିଲେ ଓଡିଶା ର ଜଣେ ସୁଯୋଗ୍ୟ… Continue reading ବିଶିଷ୍ଟ ଭେଷଜ ବିଶାରଦ ଡାକ୍ତର ସୁରେଶ ଚନ୍ଦ୍ର ଦାଶ ଙ୍କ ବିୟୋଗ

You cannot copy content of this page