୫୦ରୁ ଉର୍ଦ୍ଧ ମଣ୍ଡପରେ ବିଘ୍ନବିନାଶକ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା

ବାଲିଅନ୍ତା: ଧରାପୃଷ୍ଠରେ ବିରାଜମାନ ହୋଇଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଜାନନ । ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ସାଜସଜା କରି ଶ୍ରୀ ଗଣେଶଙ୍କୁ ଆବାହନ କରିଥିବା ବେଳେ ବିଭିନ୍ନ ଗ୍ରାମର କ୍ଳବର ଆୟୋଜକ ମାନେ ପୂଜାମଣ୍ଡପ ଗୁଡିକୁ ସୁନ୍ଦର ସାଜସଜ୍ଜାରେ ସଜ୍ଜାଇବା ସହ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ କ୍ଷ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ… Continue reading ୫୦ରୁ ଉର୍ଦ୍ଧ ମଣ୍ଡପରେ ବିଘ୍ନବିନାଶକ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା

ବାଳକାଟି ଗଣପତି କ୍ଲବରେ ଗଣେଶ ପୂଜା ପାଳିତ

ବାଳକାଟି: ଓଡିଆମାସର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ କିନ୍ତୁ ଏବେ ଶିକ୍ଷା ଅନୁଷ୍ଟାନ ସହିତ ବିଭିନ୍ନ କ୍ଲବରେ ମଧ୍ୟ ଗଣେଶ ପୂଜା ପାଳନ କରାଯାଉଅଛି ଠିକ ସେହିପରି ବାଳକାଟି ପଞ୍ଚାୟତରେ ଥିବା ମଲ୍ଲିକସାହିରେ ଗଣପତିକ୍ଲବରେ ଗଣେଶପୂଜାଟି ଶାନ୍ତିଶୂଙ୍ଖଳା ଏବଂ ଯୁବପିଡିମାନଙ୍କୁ ଏକତ୍ରିତ ସହିତ ଶୂଙ୍ଖଳିତ ଜିବନଯାପନନିମନ୍ତେ ଆଜି ଏହି ଗଣେଶ ପୂଜା ପାଳିତ କରାଯାଇଛି ବୋଲି କ୍ଲବର… Continue reading ବାଳକାଟି ଗଣପତି କ୍ଲବରେ ଗଣେଶ ପୂଜା ପାଳିତ

ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ବାଳକାଟି: କେନ୍ଦ୍ର ସରକାରଙ୍କ ସ୍ଲୋଗାନ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର‌୍ୟ୍ୟକ୍ରମରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି ପରିପ୍ରେକ୍ଷୀରେ ବାଲିଅନ୍ତା ପଞ୍ଚାୟତ ଅଟଳା କୋଟକଣା ସ୍ଥିତ ସଞ୍ଜିବନୀ ବୃଦ୍ଧାଶ୍ରମରେ ଯକ୍ଷ୍ମାରୋଗ ପର‌୍ୟ୍ୟବେକ୍ଷକ ବିଶ୍ୱଜିତ ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର‌୍ୟ୍ୟକ୍ରମ କରାଯାଇଛି କ୍ଷ ଏଥିରେ ୩୦ ଜଣ ଅନ୍ତେବାସୀଙ୍କ ସହ ୩୨ ଜଣ କୋଟକଣା… Continue reading ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ଚଳିତବର୍ଷ ପୂଜାକମିଟିଙ୍କୁ ମିଳିବ “ଶ୍ରୀ ଗଣେଶ” ସମ୍ମାନ

ବାଲିଅନ୍ତା: ପାର୍ବଣଋତୁର ଆଗମନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ l ଆଉ ଦିନକ ପରେ ଧରାପୃଷ୍ଠକୁ ଆସିବେ ବିଘ୍ନବିନାଶକ ଶ୍ରୀ ଗଣେଶ l ଏହି ପରିପ୍ରେକ୍ଷୀରେ ଏକ ନୂତନ ଚିନ୍ତାଧାରା ନେଇ ଶାନ୍ତିସ୍ତୁପ ପ୍ରିଣ୍ଟ ମେଡ଼ିଆ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ପୂଜାକମିଟିକୁ ଶ୍ରୀ ଗଣେଶ ସମ୍ମାନରେ ସମ୍ମାନିତ କରାଯିବ l ସୁନ୍ଦର ମୂର୍ତ୍ତି, ସାଜସଜା, ପରିଷ୍କାର ପରିଚ୍ଛନ୍ନତା,… Continue reading ଚଳିତବର୍ଷ ପୂଜାକମିଟିଙ୍କୁ ମିଳିବ “ଶ୍ରୀ ଗଣେଶ” ସମ୍ମାନ

ନାହିଁ ପକ୍କାରାସ୍ତା, ପାଣିକାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ପ୍ରତାପଶାସନ ପଞ୍ଚାୟତ ବାଳକାଟି ହେଉଛି ଏକ ବ୍ୟୟବହୁଳ ଏବଂ ବ୍ୟବସାୟିକ ଅଞ୍ଚଳ l ଏଠାରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଗମନାଗମନ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବ୍ୟବସ୍ଥା ରହିଛି l ଏଠାରେ ଏକ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସହ ଡିଗ୍ରୀ(+୩) କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨), ୨ ଟି (ବାଳକ ଓ ବାଳିକା) ଉଚ୍ଚବିଦ୍ୟାଳୟ, ୬ ରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଏକ… Continue reading ନାହିଁ ପକ୍କାରାସ୍ତା, ପାଣିକାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ

ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନ ପ୍ରତାପଶାସନ ପଞ୍ଚାୟତ ରଙ୍ଗଣୀସାହି ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଯାଇଛି l ନାଏବ ସରପଞ୍ଚ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କରାଯାଇଥିଲା l ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସିଡିପିଓ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସୌମ୍ୟା ସୁଚରିତା, ପୂର୍ବତନ ସରପଞ୍ଚ ବସନ୍ତ କୁମାର… Continue reading ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ

ବାଲୁକା ଚିତ୍ର କଳାରେ ନୂଆଖାଇ ଶୁଭେଛା

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ। ଏଥିପାଇଁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଗାଁ ଠାରୁ ସହର ଉତ୍ସବ ମୁଖର। ଆଜି ମା ସମଲେଇଙ୍କ ନିକଟରେ ନବାନ୍ନ ଭୋଗ ଲାଗିବା ପରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଲୋକ ନିଜ ପରିବାର ଲୋକଙ୍କ ସହ ନୁଆ ଖାଇବେ । ଏହାକୁ ଧୁମ୍ ଧାମରେ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଚି। ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦାମ ପ୍ରଧାନ ଶ୍ୟାଣ୍ଡ ଆନିମେସନ ଜରିଆରେ ନୂଆଖାଇ ଶୁଭେଛା ଦେଇଛନ୍ତି ।… Continue reading ବାଲୁକା ଚିତ୍ର କଳାରେ ନୂଆଖାଇ ଶୁଭେଛା

ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ସଂଯୋଜକ ଶ୍ରୀକାନ୍ତ ସାହୁ ଙ୍କ ସଂଯୋଜନା ଓ ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ ନେସନାଲ ବ୍ୟାଙ୍କ ଭୁବନେଶ୍ୱର ର ମୁଖ୍ୟ ମଣ୍ଡଳ ଅଧିକାରୀ ଏଲ ଏଲ ମିଶ୍ର ଯୋଗଦେବା ସହିତ ଆଜିର ପରିପ୍ରେକ୍ଷୀରେ ଉଦ୍ୟୋଗୀ ଙ୍କ ଭୂମିକା,… Continue reading ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ଅନୁଷ୍ଠିତ

You cannot copy content of this page