ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର୯ମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର ୯ମ ବାର୍ଷିକ ସମ୍ମିଳନୀ ତଥା ହୋମିଓପ୍ୟାଥିକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସ୍ୱାସ୍ଥ୍ୟସେବାର ନିଦେ୍ର୍ଦଶକ ଡ. ବିଜୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ଶେଖର ସିଂ, ସମ୍ମାନିତ ଅତିଥି… Continue reading ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର୯ମ ବାର୍ଷିକ ସମ୍ମିଳନୀ

ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ

ଭୁବନେଶ୍ୱର, ୨୯.୪.୨୦୨୪: ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଏସ୍ସି ମୁଖାର୍ଜୀଙ୍କ ପୌରହିତ୍ୟରେ ଓ ଡ. ଏସ୍ ମାଲାକାରଙ୍କ ବାସଭବନ ଗୀତାଞ୍ଜଳି ହଲରେ ବେଙ୍ଗଲୀ କବିତା, ଗୀତ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଓଡ଼ିଆ ଓ ବେଙ୍ଗଲୀ ସଂସ୍କୃତି ମଧ୍ୟରେ ପରସ୍ପର ଭାତୃଭାବ ବଜାୟ ରଖିବା । ଏହି କାର୍ଯ୍ୟକ୍ରମରେ କମଲେଶ ସିଂହ୍ନା, ସୁନାମଧନ୍ୟ ସଂଗୀତଜ୍ଞ… Continue reading ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ

ପଞ୍ଜିକୃତ ଓ ତଦନ୍ତ ପରିସରଭୁକ୍ତ ହେଲା ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରଦାନ ଦିଆଯାଉଥିବା ନିମ୍ନମାନର ଖାଦ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଗ୍ରାମାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ରଙ୍କ ନିଜ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ନିଜ ବିଭାଗର ଅଙ୍ଗନବାଡ଼ି ସୁପରଭାଇଜରଙ୍କ କାର୍ଯ୍ୟକଳାପ ନେଇ ଅଭିଯୋଗ ତଥା ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସହିତ ସ୍ଥାନୀୟ ବୁଦ୍ଧିଜୀବୀ,… Continue reading ପଞ୍ଜିକୃତ ଓ ତଦନ୍ତ ପରିସରଭୁକ୍ତ ହେଲା ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରଦାନ ଦିଆଯାଉଥିବା ନିମ୍ନମାନର ଖାଦ୍ୟ

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରୁହନ୍ତୁ: CWS ହସ୍ପିଟାଲ ମାନବସମ୍ବଳ ବିକାଶ ମୁଖ୍ୟ ରଞ୍ଜୁରାଣୀ ନନ୍ଦ

ରାଉରକେଲା: ରାଜ୍ୟରେ ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକା ତାପମାତ୍ରା ଏପରିକି ୪୩ ଡିଗ୍ରୀରୁ ଅଧିକା ରହିଥିବାର ପରିଲକ୍ଷିତ ହେଉଛି । ଏହିପରିପ୍ରେକ୍ଷୀରେ ଷ୍ଟିଲ୍ ସିଟି ରାଉରକେଲାର ସିଡବ୍ଲୁ୍ୟଏସ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ମାନବସମ୍ବଳ ବିକାଶ ମୁଖ୍ୟ ତଥା ସମାଜସେବିକା ରଞ୍ଜୁରାଣୀ ନନ୍ଦ ମତବ୍ୟକ୍ତ କରି କହିଛନ୍ତି ଯେ ଏହି ହସ୍ପିଟାଲରେ ଅଂଶୁଘାତର ମୁକାବିଲା ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ସମସ୍ତ ମେଡିକାଲ୍ ଷ୍ଟାଫ୍… Continue reading ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରୁହନ୍ତୁ: CWS ହସ୍ପିଟାଲ ମାନବସମ୍ବଳ ବିକାଶ ମୁଖ୍ୟ ରଞ୍ଜୁରାଣୀ ନନ୍ଦ

ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଏନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତବର୍ଷ ରଖାଯାଇଥିବା ମହାପ୍ରଭୁଙ୍କ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ଡଙ୍ଗାକୁ ପରମ୍ପରା ଅନୁଯାୟୀ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସେବକମାନେ ପାଣି ଭିତରୁ କାଢ଼ିଛନ୍ତି । ସମୁଦାୟ ପାଞ୍ଚଟି ଡଙ୍ଗାକୁ ପାଣି ଭିତରୁ କଢ଼ା ଯାଇଥିବା ବେଳେ ଖରାରେ ଏହା ଶୁଖିବା ପରେ ପିଚୁ ଓ ରାଳ… Continue reading ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ

ଓଡ଼ିଶ ଗ୍ରାମର ୫୪ବର୍ଷୀୟ ବ୍ୟକ୍ତି ନବକିଶୋରଙ୍କ କେନାଲକୁ ଖସିପଡ଼ି ମୃତ

ଭୁବନ: ଭାରସାମ୍ୟ ହରାଇ କେନାଲରେ ଖସିପଡ଼ି ୫୪ବର୍ଷୀୟ ଜନୈକ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଜଣାପଡିଛି । ସେ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳରୁ କଲରଙ୍ଗିଅତା ଦେଇ ଯାଇଥିବା କେନାଲ ବନ୍ଧ ରୋଡରେ ସାଇକେଲ ଯୋଗେ ନିଜ ଗ୍ରାମ ଓଡ଼ିଶକୁ ଫେରୁଥିବାବେଳେ ନିଜର ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିଲେ । ଏହାଫଳରେ ସେ ପାଣିରେ ବୁଡ଼ିଯାଇଥିଲେ । ଫଳରେ ତାଙ୍କର ମୃତୁ୍ୟବରଣ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ନବକିଶୋର ସେନାପତି ଜଣାପଡିଥିବାବେଳେ ସେ ଦିନବେଳେ ନିଜ… Continue reading ଓଡ଼ିଶ ଗ୍ରାମର ୫୪ବର୍ଷୀୟ ବ୍ୟକ୍ତି ନବକିଶୋରଙ୍କ କେନାଲକୁ ଖସିପଡ଼ି ମୃତ

ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ

ସୋନପୁର: ସୋନପୁରରେ ଅମିତ ଶାହା କଲେ ବିରାଟ ସଭା କରିଛନ୍ତି । ଏହି ନିର୍ବାଚନୀ ସଭାରେ ସେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହା ସୋନପୁର ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କରି ଖଣି, ପାଣି ଓ ଅଫିସର ରାଜ କଥା ଉଠାଇଛନ୍ତି । ଶାହା ପରୋକ୍ଷରେ ନବୀନ ପଟ୍ଟନାୟକ ଓଡିଆ କହିପାରୁ ନଥିବା କଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯେଉଁ ସରକାର ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର… Continue reading ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ

ହିଞ୍ଜିଳିକାଟୁରେ ନବୀନ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏ ପାଇଁ ଶେଷ ଯାଏ କାମ କରି ଚାଲିବି। ଏହା ପରେ ଶେରଗଡ଼ରେ ମାରାଥନ ଜନସମାବେଶ କରିବେ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା… Continue reading ହିଞ୍ଜିଳିକାଟୁରେ ନବୀନ

ନିର୍ବାଚନ ଲଢିପାରିବେନି ମୋକିମ, ନିର୍ବାଚନକୁ ଓହ୍ଲାଇଲେ ଝିଅ!

କଟକ: ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। ଏପଟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି ମୋକିମ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ୟ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ ।… Continue reading ନିର୍ବାଚନ ଲଢିପାରିବେନି ମୋକିମ, ନିର୍ବାଚନକୁ ଓହ୍ଲାଇଲେ ଝିଅ!

ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ୟ ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି ଏରିଆରେ ଯେଉଁ ଦଳ ବା ନେତା ସରକାରୀ ଜମି ସହ କୁଲୁତା ଭବନ ତିଆରି କରିବ ତାକୁ ସମାଜର ସମସ୍ତ ଭୋଟର ସମର୍ଥନ ଜଣାଇବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି… Continue reading ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

You cannot copy content of this page