ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ମହୋସôବ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୯ ମାର୍ଚ୍ଚ ରିଖ ମଙ୍ଗଳବାର ଦିନ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଦ୍ଧ ବିହାର(ପାଦ ପଦ୍ମ ମୁଣ୍ଡିଆ) ଠାରେ ବାର୍ଷିକ ମହିମା ମହୋସôବ ପାଳିତ ହୋଇଯାଇଅଛି । ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାୟୀ ଏବଂ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତା ରେ ଅଖଣ୍ଡ ଘୃତବତୀ ପ୍ରଦୀପ ପ୍ରଜ୍ଜଳନ ଓ ବ୍ରହ୍ମଧ୍ୱନୀ ସ୍ଥାପନ କରାଯାଇଥିଲା ଏହି ମହୋସôବରେ ମହିମା ଧର୍ମ ସମାଜର ପର… Continue reading ପ୍ରଭୁଦ୍ଧ ବିହାର ମହିମା ଆଶ୍ରମର ବାର୍ଷିକ ମହୋସôବ

ମଙ୍ଗଳବାର, ବୁଧବାର ପ୍ରବଳ ବର୍ଷା ଓ କୁଆପଥର ମାଡ଼!

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଆସନ୍ତାକାଲି ମଙ୍ଗଳବାର ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ କୁଆପଥର ବର୍ଷା ଏବଂ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ। ଏହି ସବୁ… Continue reading ମଙ୍ଗଳବାର, ବୁଧବାର ପ୍ରବଳ ବର୍ଷା ଓ କୁଆପଥର ମାଡ଼!

ସିଲଭର ଗାନ୍ଧୀ ଇଣ୍ଡିଆ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ସ୍ଵଛ ଭାରତ ଅଭିଯାନ ର ବାର୍ତ୍ତା ଦେଇ ସାରା ଭାରତ ବର୍ଷ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ଉପରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକର ଜୟଦେଵ ଭବନ ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି । ଓଡିଶା ସମାଜସେବୀ ମହାସଙ୍ଘ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଅତିଥିଭାବେ ଡ଼ଃ ପ୍ରସନ୍ନ ପାଟଶାଣୀ ସମ୍ମାନିତ… Continue reading ସିଲଭର ଗାନ୍ଧୀ ଇଣ୍ଡିଆ ପୁସ୍ତକ ଲୋକାର୍ପିତ

ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟ ଡାଉନ୍ ଷ୍ଟାର୍ଟ ହେବା ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି। ନିର୍ବାଚନ ସୁପରିଚାଳନା ପାଇଁ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ SPମାନେ କରିଛନ୍ତି ପ୍ରସ୍ତୁତି ବୈଠକ। ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ସରକାରୀ ବିଜ୍ଞାପନ ହଟାଇବା ମଧ୍ୟ ଆରମ୍ଭ ହୋଇଛି। ଚଳିତ ଥର ୭ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ଶେଷ ଆଡ଼କୁ ମେ ୧୩ରୁ ୪ଟି… Continue reading ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କାକୁ ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଚଣ୍ଡିଖୋଲ ଛକରେ ଦୁର୍ଘଟଣା: ଜଣେ ମୃତ

ଚଣ୍ଡିଖୋଲ: ଆଜି ମଧ୍ୟାହ୍ନ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମୁଖ୍ୟ ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମୃତୁ୍ୟବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ବିଭୂ ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଏକ କାର୍ ପଛପଟୁ ଜୋରରେ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ । ତାଙ୍କ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ସେହିଠାରେ ହିଁ ମୃତୁ୍ୟ… Continue reading ଚଣ୍ଡିଖୋଲ ଛକରେ ଦୁର୍ଘଟଣା: ଜଣେ ମୃତ

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। ହଠାତ୍‌ ସେ ଅସହଜ ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିବା ଜଣାପଡିଛି । ହେଲେ ପ୍ରକୃତରେ ଅମିତାଭ ବଚ୍ଚନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ି ନାହିଁ। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଗୋଟିଏ କ୍ଲଟ ହୋଇଛି। ଏହାର ଆଞ୍ଜିଓପ୍ଲାଷ୍ଟି କରିବାକୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ… Continue reading ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ସ୍ଥାନୀୟ କାର୍ଯ୍ୟାଳୟ ୟୁନିଟ ୯ ଠାରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ କାର୍ଯ୍ୟକ୍ରମରେ ସଂପାଦିକା ସମାଜସେବିକା ସମିତା ମହାରଣା ମୁଖ୍ୟ ଅତିଥି ଭାବେ, ସାମ୍ବାଦିକ ତଥା ଅନୁଷ୍ଠାନର କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ପ୍ରଗତି ରେ ମହିଳାଙ୍କ ବିଶେଷ ଭୂମିକା ରହିବ ସହିତ ଉଚ୍ଚ ପଦବୀରେ ଅବସ୍ଥାପିତ ମହିଳାମାନେ ନିରପେକ୍ଷ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହେବାକୁ ଆହ୍ୱାନ… Continue reading ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ଆଜି ସକାଳେ ଦିଲ୍ଲୀରୁ ଫେରିବା ପରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି I ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମନମୋହନ କହିଛନ୍ତି, ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ… Continue reading ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କଲା ସାମ୍ବାଦିକ ମିଳିତ ମଞ୍ଚ, ୱେବ୍ ସାମ୍ବାଦିକଙ୍କ ପାଇଁ ମଧ୍ୟ ହେଲା ଦାବି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଞ୍ଚ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଞ୍ଚର ଆବାହକ… Continue reading ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କଲା ସାମ୍ବାଦିକ ମିଳିତ ମଞ୍ଚ, ୱେବ୍ ସାମ୍ବାଦିକଙ୍କ ପାଇଁ ମଧ୍ୟ ହେଲା ଦାବି

You cannot copy content of this page