ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୧ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କେବଳ ଏକ ବ୍ୟାୟମ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର… Continue reading ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ସାମାଜିକ ଅନୁଷ୍ଠାନ ଶୀଭମ ପକ୍ଷରୁ ରାଜଧାନୀ ରେ ଥିବା ଅସହାୟ, ବୃଦ୍ଧ ତଥା ଅଭାବୀ ବ୍ୟକ୍ତି ମାନଙ୍କୁ ରଜ ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ନିର୍ଦେଶକ ମଦନ ମୋହନ ପାଢ଼ୀ ଙ୍କ ସଂଯୋଜନା ରେ ଉକ୍ତ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାର୍ଥୀ ମାନେ ପୂଜ୍ୟ ପୂଜା ସହିତ ସାମାଜିକ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା କରିଆସୁଛନ୍ତି ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ l ଉତ୍କଳର… Continue reading ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବଲାଙ୍ଗୀର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ। ବଲାଙ୍ଗୀର ଜିଲାର କୃଷି, ଜଳସେଚନ ବୃଦ୍ଧି ସହ ପ୍ରତି ଜିଲାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହି ଅବସରରେ ବନ୍ଦ ପଡିଥିବା ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ… Continue reading ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ବଲାଙ୍ଗିର : ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆଜି ଅପରାହ୍ନ ରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି ।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟ ସହ ଜିଲ୍ଲା ର ବିକାଶ ଘଟୁଛି… Continue reading ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ ସ୍ଥିତିରେ ଭାରତ। ଏପର୍ଯ୍ୟନ୍ତ ନାଗରିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଚାଷ ଓ ଚାଷୀର ଗୁରୁତ୍ବକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଚାଷୀଙ୍କ ଫସଲର ଉପଯୁକ୍ତ ଦାମ୍ ମିଳୁନି। ଭାଗଚାଷୀଙ୍କୁ ସହାୟତା ମିଳୁନି କିମ୍ବା ଚାଷ ଜମିକୁ… Continue reading ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଉତ୍କଳ ର ଭାଷା, ସଂସ୍କୃତି କୁ ଆଗେଇ… Continue reading ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ

ବାଲିଅନ୍ତା: ଓଡ଼ିଶାର ଗଣ ପର୍ବ ପହିଲି ରଜରେ ଏକାମ୍ର ଶାନ୍ତି ସ୍ତୂପ ଧଉଳି ଗିରିରେ ପର୍ଯ୍ୟଟକମାନଙ୍କ ବାହୁ ସଂଖ୍ୟାରେ ଭିଡ ପରିଲକ୍ଷିତ ହେଉଥିଲା । ସେହିପରି ଧଉଳି ଗୋପୀନାଥ ପୁର ସ୍ଥିତ ମା’ ଦକ୍ଷିଣ ଚଣ୍ଡୀ ମହାସଂଘ ଓ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ମିଳିତ ଆନୁକୂଲ୍ୟରେ ୯ମ ରଜ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ରଜ ମହୋତ୍ସବ ୩ଦିନ ଧରିଚାଲିବ। ଏହି ଅବସରରେ କାପୋକର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ… Continue reading ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ

ଧଉଳି ବିକାଶ ମଞ୍ଚପକ୍ଷରୁ ପ୍ରଥମ ରଜ ମହୋତ୍ସବ ପାଳିତ

ବାଲିଅନ୍ତା: ଧଉଳି ବିକାଶ ମଞ୍ଚ ପକ୍ଷରୁ ମଧ୍ୟ ଶାନ୍ତିସ୍ତୁପ ଧଉଳି ପାଦଦେଶ ଦୟାନଦୀ ପଠାରେ ପ୍ରଥମ ରଜ ମହୋତ୍ସବ ପାଳିତ ହୋଇଯାଇଛି l ମଞ୍ଚର ଉପଦେଷ୍ଟା ରବିନ୍ଦ୍ର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଆଲୋକ ନାୟକ, ମାନସ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ… Continue reading ଧଉଳି ବିକାଶ ମଞ୍ଚପକ୍ଷରୁ ପ୍ରଥମ ରଜ ମହୋତ୍ସବ ପାଳିତ

ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ଶିକ୍ଷାବିତ୍‌, ସମାଜସେବୀ ତଥା ବେଗୁନିଆ ଗାନ୍ଧୀ ଭାବେ ସୁପରିଚିତ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ସହ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସଂପାଦକ ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ସଭାପତି ତଥା ପୂର୍ବତନ ବିଧାୟକ ଖୋର୍ଦ୍ଧା ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।… Continue reading ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ଓଡିଶାର ଗଣପର୍ବ ତଥା ଆମ ସଂସ୍କୃତି, ପରମ୍ପରା ବହନ କରୁଥିବା ଉକ୍ତ ନିଆରା ପର୍ବ ରଜ ର ମହତ୍ୱ ତଥା ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ରାଷ୍ଟ୍ରଭକ୍ତି ସହ ସମର୍ପିତ ଭାବେ… Continue reading ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

You cannot copy content of this page