ପୂର୍ବ ଶତ୍ରୁତାକୁ ନେଇ ବଡ଼ ବାପା-ମା କୁ ହତ୍ୟା କଳା ପୁତୁରା

କଳାହାଣ୍ଡି,୨୫ା୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ବାପା-ମା’ କୁ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼ ମା’ ସଜନେ ବାଗ ହୋଇଥିବାବେଳେ ହତ୍ୟାକାରୀ ପୁତୁରାଙ୍କ ନାମ ବସନ୍ତ ବାଗ ବୋଲି ଜଣାପଡିଛି। ବର୍ତ୍ତମାନ ରାସ୍ତାରେ ୨ଜଣଙ୍କ ରକ୍ତାକ୍ତ ମୃତଦେହ ପଡ଼ିରହିଛି। ଖବର ପାଇ ଘଟଣାସ୍ଥଳକୁ ଗୋଲାମୁଣ୍ଡା ଥାନା ଓ ସ୍ଥାନୀୟ… Continue reading ପୂର୍ବ ଶତ୍ରୁତାକୁ ନେଇ ବଡ଼ ବାପା-ମା କୁ ହତ୍ୟା କଳା ପୁତୁରା

ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ସମାବେଶ

କଳାହାଣ୍ଡି ,୨୫/୦୧(ପ୍ୟାରିଲାଲ ଦୁର୍ଗା) ନେତାଜୀ ସେବା ସଂଗଠନ,ଓଡିଶା ଡ୍ରାଇଭର ମହାସଙ୍ଗ,କଳମପୁର ବ୍ଲକ ଆମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଡିଗ୍ରୀ ମହାବିଦ୍ୟାଳୟ କଲମପୁର ଓ ଇନ୍ଦିରାବତୀ ଫାର୍ମର୍ସ ପ୍ରଡ୍ୟୁଷର ଗ୍ରୁପ ମିନଗୁର ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ କଳାହାଣ୍ଡି ମିଳିତ ଆନୁକୂଲ୍ୟରେ କଳମପୁର ଠାରେ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,… Continue reading ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ସମାବେଶ

ସ୍ବର୍ଗତ କବି ଅନନ୍ତ ଚରଣ ପଟ୍ଟନାୟକଙ୍କ ସ୍ମୃତିସଭା

ବାଲିପାଟଣା 25/01: ବାଲିପାଟଣା ମାଟିର ମହାନ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକଙ୍କ ପ୍ରତିଭାକୁ କେହି ଭାଷାରେ ବର୍ଣନା କରିବା ଅସମ୍ଭବ। ଓଡ଼ିଶା ଇତିହାସରେ ତାଙ୍କର ପ୍ରତିଭା ସ୍ବର୍ଣ୍ଣାକ୍ଷରରେ ରହିଛି ଓ ରହିବ।ତାଙ୍କୁ ନେଇ କେବଳ ବାଲିପାଟଣା ନୁହେଁ ସାରା ଓଡିଶା ଗର୍ବିତ। ଅନନ୍ତ ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ଶକ୍ତିଶାଳୀ କବି, ସଂଗଠକ, ଗାଳ୍ପିକ, ଶିଶୁସାହିତ୍ୟିକ, ନାଟ୍ୟକାର ତଥା ପ୍ରଗତିଶୀଳ ମାନବୀୟତାରେ ବିଭେଦହିନ ସଂସ୍କୃତି । ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ ବୋଲି… Continue reading ସ୍ବର୍ଗତ କବି ଅନନ୍ତ ଚରଣ ପଟ୍ଟନାୟକଙ୍କ ସ୍ମୃତିସଭା

ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କଳାହାଣ୍ଡି, ୨୪/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଗୋଡ଼ଭଞ୍ଜା କ୍ଲଷ୍ଟର ଅଧିନସ୍ତ ଛୀଲିପା ଓ ଗୋଡ଼ଭଞ୍ଜା ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି। ଏଥିରେ ସିଆରସିସି ରାଜକୁମାରୀ ନାଏକ ଙ୍କ ନେତୃତ୍ୱରେ ଛୀଲିପା ପଞ୍ଚାୟତ ହାଇସ୍କୁଲ ରୁ ସାଇକେଲ ରେଲି କରିଥିବା ବେଳେ ଗୋଡ଼ଭଞ୍ଜା ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ହୋଇ ବାଳିକା ମାନଙ୍କ ଉତ୍ତମ ଯତ୍ନ ନେବା ସେମାନଙ୍କ… Continue reading ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କାଉଡୋଳା ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ , ବଡ ପୋଡ଼ାଗୁଡା ବନାମ ଝରିଆ ଗୁଡା

ଦମଦାର ଖେଳ ପ୍ରଦର୍ଶନ ୬ ବଳରେ ୬ ଛକ୍କା ମୁରଳି ଦାସ କୋକସରା, (ଚକ୍ରଧର ବେଶ୍ରା): କୋକସରା ବ୍ଲକ କାଉଡୋଲା ଠାରେ ୧୩ତାରିଖ ସୋମବାର ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ୧୧ ତମ ଦିବସରେ କ୍ୟୁ।ଟର ଫାଇନାଲ ଖେଳ ଝରିଆ ଗୁଡା ଏବଂ ବଡ଼ ପୋଡ଼ା ଗୁଡା ଦଳ ମଧ୍ୟରେ ଅତି ସଂଘର୍ଷ ପୁର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଝରିଆ ଗୁଡା ଦଳ ବ୍ୟାଟିଂ କରି ୧୦ ଓଭର ରେ ୧୪୦… Continue reading କାଉଡୋଳା ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ , ବଡ ପୋଡ଼ାଗୁଡା ବନାମ ଝରିଆ ଗୁଡା

ନୟାଗଡ ଏଡିଇଓ ସଂଘ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ପ୍ରଭାତ ତିୱାରୀ

କଳାହାଣ୍ଡି,୨୪।୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଦଣ୍ଡପାଟ ଅଞ୍ଚଳର ପ୍ରଭାତ ତିୱାରୀଙ୍କୁ ନୟାଗଡ ଏଡିଇଓ ସଙ୍ଘ ଦ୍ଵାରା ଗୁରୁବାର ସମର୍ଦ୍ଧତ କରାଯାଇଛି।ନୟାଗଡ ଜିଲ୍ଲା ଓଡ଼ଗାଁ ଦ୍ଵିତିକେଶର ପ୍ରାଙ୍ଗଣରେ ଜିଲ୍ଲା ଏଡିଇଓ ସଙ୍ଘ ର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ନୟାଗଡ ଏଡିଇଓ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା। ଏହି ପରିପ୍ରେକ୍ଷିରେ ରାଜ୍ୟ ସଭାପତି ପ୍ରଭାତ ତିୱାରୀଙ୍କୁ ସଙ୍ଘ ପାଇଁ ରହିଥିବା ତାଙ୍କ ଅବଦାନକୁ ସମ୍ମାନ… Continue reading ନୟାଗଡ ଏଡିଇଓ ସଂଘ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ପ୍ରଭାତ ତିୱାରୀ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି, ୨୪/୦୧(ପ୍ୟାରିଲାଲ ଦୁର୍ଗା): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ଗୁରୁଜୀ ନୃପରାଜ ଭୁଏ, ଉଦ୍ଧବ କରୁଆଁ ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁ ଭାଇ ଅମିତ୍ କୁମାର ବିଶ୍ଵାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପୀୟୂଷ ବେହେରା ମଞ୍ଚ ପରିଚାଳନା… Continue reading ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଙ୍କୁଆଳ ପ୍ରିମିୟର ଲିଗ୍ ଆରମ୍ଭ

ବାଲିଅନ୍ତା,୨୩/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍) ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ ୩ଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି। ଉଦ୍‌ଘାଟନ ଉତ୍ସବରେ ବାଙ୍କୁ ଆଳ ଗ୍ରାମ୍ୟ କମିଟି ସଭାପତି କବିରାଜ ସ୍ବାଇଁ, କ୍ଷୀରୋଦ କୁମାର ସ୍ବାଇଁ, ପ୍ରଫୁଲ କୁମାର ସ୍ବାଇଁ, ଭାଗବତ ମୁଖୀ ଓ ପବିତ୍ର କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଆଜି ପ୍ରଥମ ସେମି ଫାଇନାଲ ରେ ଏଫ୍… Continue reading ବାଙ୍କୁଆଳ ପ୍ରିମିୟର ଲିଗ୍ ଆରମ୍ଭ

ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବୀର ସୁରେନ୍ଦ୍ର ସାଏ ପରିଷଦ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜୟନ୍ତୀ ସ୍ଥାନୀୟ ପ୍ରତମୂର୍ତ୍ତିସ୍ଥଳଠାରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ ତଥା ମୁଖ୍ୟ ବକ୍ତା ଭାବେ ମତବ୍ୟକ୍ତ କରିଥିଲେ ଯେ, ନେତାଜୀ ସୁଭଷ ବୋଷ ଓ ବୀର… Continue reading ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ବାଲିପାଟଣା: ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଅରବିନ୍ଦ ୟୁଥ୍ ଆଣ୍ଡ୍ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ରକ୍ତଭଣ୍ଡାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିପାଟଣା ସିଏଚସି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିପାଟଣା ସିଏଚସିର ମେଡିକାଲ… Continue reading ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

You cannot copy content of this page